କେନାଲ ଭିତରକୁ ଖସିଲା କଦଳୀ ବୋଝେଇ ପିକଅପ

0
47
କେନାଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୭/୦୯) : ବାଇକ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ସମୟରେ କଦଳୀ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଘଟଣାସ୍ଥଳରେ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଲା କଦଳୀ ବୋଝେଇ ପିକଅପ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଆତୋଡ କେନାଲ ନିକଟରେ । କଟକରୁ ଏକ କଦଳୀ ବୋଝେଇ ପିକଅପ ନିଶ୍ଚିନ୍ତକୋଇଲି ଅଭିମୁଖେ ଯାଉଥିବା ସମୟରେ ସାଲେପୁରରୁ ଆସୁଥିବା ଏକ ଆମ୍ବୁଲାନ୍ସ ସହିତ ବାଇକ ଧକ୍କା ହୋଇଥିଲା । ଧକ୍କା ସମୟରେ ଭାରସାମ୍ୟ ହରାଇ କେନାଲ ଭିତରେକୁ ଖସି ପଡ଼ିଲା ପିକଅପ ।

ଯାହା ଫଳରେ ବାଇକଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ନେମାଳ ଅଞ୍ଚଳର ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଯାଇଛି । ଘଟଣାସ୍ଥଳରେ ପଗା ଫାଣ୍ଡି ପୋଲିସ ପହଞ୍ଚି ବାଇକ ଏବଂ ପିକଅପକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।