ବଜ୍ରାଘାତରେ ଜଣେ ମୃତ ୩ ଆହତ

0
46
ବଜ୍ରାଘାତରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୦୯) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗ୍ରାମରେ ଆଜି ଅପରାହ୍ନ ରେ ବିଲରେ କାମ କରୁଥିବା ସମୟରେ ହଠାତ୍ ବଜ୍ରାଘାତ ହୋଇଥିଲା ।

ଫଳରେ ଗୁରୁତର ଅବସ୍ଥାରେ ଅଚେତ ହୋଇ ପଡ଼ିଥିଲେ । ଏହି ବଜ୍ରାଘାତରେ ୪ ଜଣ ମହିଳା ଆହତ ହୋଇଛନ୍ତି । ଗାଁ ଲୋକଙ୍କ ଦ୍ବାରା ସେହି ମହିଳା ମାନଙ୍କୁ ଉଦ୍ଧାର କରାଯାଇ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ସାହାଯ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଥି ମଧ୍ୟରୁ ଡାକ୍ତରଖାନାରେ ଜଣଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ମୃତକ ମହିଳା ଜଣକ ହେଲେ ସୁବସିନି ନାୟକ ।