ଶଶାହାଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

0
54
ଶଶାହାଣ୍ଡି ପ୍ରାଥମିକ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୩/୧୦) : ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଶଶାହାଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୁଲ୍ୟରେ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଅନଷ୍ଠିତ ହୋଇଯାଇଛି ।

ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ କୋଟପାଡ଼ ବିଧାୟିକା ଶ୍ରୀମତି ପଦ୍ମିନୀ ଦିଆନ, ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଶ୍ରୀ ଚନ୍ଦ୍ର ଶେଖର ମାଝୀ, ଅନ୍ୟାନ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅରୁଣ ପାଢ଼ୀ, ବରିଷ୍ଟ ବିଜେଡି ନେତା ଶ୍ରୀ ନାଗରାଜ ଦୋରା, ଜୋନ ୧ ଜିଲ୍ଲା ପରିଷଦ ଶ୍ରୀ ପ୍ରସାଦ ଚନ୍ଦ୍ର ବିଡିକା, ବିଧାୟକ ପ୍ରତିନିଧି ଶ୍ରୀ ନରେନ୍ଦ୍ର ବିଶୋଇ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୋମା ସୁଶ୍ରି ସୁତାର, ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ହର ପ୍ରସାଦ ପାଣିଗ୍ରାହୀ, ବିପିମ୍ ଶ୍ରୀ ସରୋଜ ମହାପାତ୍ର ଅଂଶ ଗ୍ରହଣ କରିଥିଲେ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ ପରିଦର୍ଶକ ଶ୍ରୀ ସାନମୁଖା ରାଓ, ଫାର୍ମାସିଷ୍ଟ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା, ଶ୍ରୀ ବିପିନ୍ ମାଝି ଏବଂ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ରକ୍ତଦାନ ଶବିରର ସୁ ପରିଚାଳନା କରିଥିଲେ ।

ଏହି ରକ୍ତଦାନ ଶିବିରରେ ସମୁଦାୟ ମୋଟ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଆଗାମୀ ଦିନରେ ଆହୁରି ଅନେକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହିଭଳି ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବୋରିଗୁମ୍ମା ତରଫରୁ ମତ ପ୍ରକାଶ କରାଯାଇଛି ।