କୋଦଳା ଥାନା ପରିସରରେ ମଙ୍ଗଳବାର ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

0
43
କୋଦଳା ଥାନା

ରିପୋର୍ଟ : ରାକେଶ ମହାରଣା
କୋଦଳା, (୦୪/୧୦) :- ଗଞ୍ଜାମ ଜିଲ୍ଲା କୋଦଳା ଥାନା ପରିସରରେ ମଙ୍ଗଳବାର ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

କୋଦଳା ଆମ ପୋଲିସ ସମିତି ପକ୍ଷରୁ ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ, କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଏହି ରକ୍ତ ଦାନ ଶିବିରରେ ଥାନା ଆଇ ଆଇ ସି ଏବଂ ଦୁଇ ମହିଳା ରକ୍ତଦାତା ଙ୍କ ସମେତ ୧୨୫ ଜଣ ରକ୍ତଦାନ କରିଥିଲେ । ଏହି ଶିବିରରେ ଯୁବ ସମାଜସେବୀ ସୁନୀଲ ପାଣ୍ଡୀ ଙ୍କ ସମେତ ବହୁ ଯୁବକ, ସ୍ବେଛାସେବୀ ଓ ବିଭିନ୍ନ ପଞ୍ଚାୟତ ର ପ୍ରତିନିଧି ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ରକ୍ତ ଭଣ୍ଡାରର ଦେବାଶିଷ ପଣ୍ଡା, ସୁଶାନ୍ତ କୁମାର ପଣ୍ଡା, ରାମ ହରି ପଣ୍ଡା, ଚିନ୍ମୟୀ ବେହେରା, ଡ଼ମ୍ବୁରୁ କାରକି, ବାବୁନି ବେହେରା, ପ୍ରତୀକ୍ଷା ଦାସ, ଶିବ ଶମ୍ଭୁ କହର, ଅଶ୍ୱିନୀ କୁମାର ରାଉତ, ପ୍ରଣବ ଶଙ୍କର ମିଶ୍ର,ଦୀପକ ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ରକ୍ତ ଗ୍ରହୀତା ଭାବେ ସୁଚାରୁ ରୂପେ କାର୍ଯ୍ୟ କରିବା ସହ କଞ୍ଚଣା ସରକାରୀ ଉର୍ନତି ଉଚ୍ଚ ବିଦ୍ୟାଳୟରୁ ଆସିଥିବା ସ୍କାଉଟ ଓ ଜୁନିଅର ରେଡକ୍ରସର ଛାତ୍ର ଛାତ୍ରୀ ମାନେ ଏଥିରେ ଉପସ୍ଥିତ ରହି ସହଯୋଗ କରିଥିଲେ ।