ସାଇବର ଠକାମୀ ରୁ ବର୍ତିବା ନେଇ ସଚେତନତା ଶୋଭାଯାତ୍ରା

0
67
ସାଇବର ଠକାମୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୩/୧୦) : ସାଇବର ଠକାମୀରୁ ବର୍ତିବା ନେଇ ଆଜି ବିନିକା ପୁଲିସ ତରଫରୁ ବ୍ୟାପକ ଭାବରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ପରିପେକ୍ଷିରେ ଜିଲ୍ଲାର କୋଣ ଅନୁକୋଣରେ ବୁଲୁଥିବା ସାଇବର ସୁରକ୍ଷା ଅଭିଯାନ ରଥକୁ ପ୍ରାରମ୍ଭରେ ବିନିକା ସହରର ମୁଖ୍ୟ ପ୍ରବେଶ ପଥ ପାପ କ୍ଷୟ ଗେଟ ଛକ ଠାରେ ଥାନା ଓ ବିନିକା ବାସୀ ଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା । ପରେ ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ବିନିକା ମହିଳା ଜୁନିଅର କଲେଜ ଛାତ୍ରୀମାନେ, ପୁଲିସ ପ୍ରଶାସନର ମିଳିତରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏଥିରେ ସାଇବର ଠକାମୀରୁ ବର୍ତିବା ନେଇ ଲୋକଙ୍କୁ ସଚେତନ କରାଯାଇଥିଲା ।

ଶୋଭାଯାତ୍ରା ବିନିକା ହାଇସ୍କୁଲକୁ ପହଞ୍ଚିବା ପରେ ସେଠାରେ ଅନୁଷ୍ଠିତ ସଚେତନତା ସଭାରେ ହାଇସ୍କୁଲ ଶିକ୍ଷକ,ମହିଳା ଜୁନିଅର କଲେଜ ଅଧ୍ୟକ୍ଷ ପଞ୍ଚାନନ ସାହୁ,ଅଧ୍ୟାପିକା ବୈଜୟନ୍ତୀ ସାହୁ, ବରଗଡ଼ କଂସ ଭୂମିକା ର ସୁ ପ୍ରସିଦ୍ଧ କଳାକାର ଗୋପାଳ ସାହୁ, ଡିଏସପି ପ୍ରତାପ କୁମାର ରଣା,ଆଇ ଆଇସି ସାରଙ୍ଗଧର ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି ସିଦ୍ଧାର୍ଥ ଜୁନିଅର କଲେଜ ସଭାଗୃହ ଠାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ କଳାକାର ଶ୍ରୀ ସାହୁ,କଲେଜ ଅଧ୍ୟକ୍ଷା ରେଖା ପଧାନ, ଗନିଆଁ ଫାଣ୍ଡି ଅଧିକାରୀ ଅଭିମନ୍ୟୁ ରଥ, ଯୋଗଦେଇ ସାଇବର ଠକାମୀର ଶିକାର ଯେପରି କେହି ନ ହେବେ ସେବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କହିଥିଲେ l

କାର୍ଯ୍ୟକ୍ରମରେ ଏସ ଆଇ ଅଶୋକ ଦାସ ପରିଚୟ ପ୍ରଦାନ ଓ ଏସ ଆଇ ରଞ୍ଜନ ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଏସ ଆଇ ଆନନ୍ଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ସଂଧ୍ୟା ସମୟରେ ସରକାରୀ ବସ ଷ୍ଟାଣ୍ଡ ଓ କଲେଜ ଛକରେ ସାଇବର ସୁରକ୍ଷା ରଥର ପ୍ରୋଜେକ୍ଟର ଏଲିଡିରେ ସାଇବର ଅପରାଧର ସଚେତନତା କାର୍ଯକ୍ରମ କୁ ପ୍ରଦର୍ଶିତ କରା ଯାଇଥିଲା ।