ଗଞେଇ ଚୋରା ଚାଲାଣ ବେଳେ ଉତ୍ତର ପ୍ରଦେଶର ଜଣେ ଯୁବକ ରେଳ ଷ୍ଟେସନରୁ ଗିରଫ

0
50
ଗଞେଇ ଚୋରା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୩/୧୦) : ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ରେଳ ଷ୍ଟେସନରୁ ଉତ୍ତର ପ୍ରଦେଶ ର ଗାଜିପୁର ର ସୋହନ ରାଏ ନାମକ ଜଣେ ୩୩ ବର୍ଷୀୟ ଯୁବକ କୁ ଆଠ କେଜି ଅଶି ଗ୍ରାମ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ କରାଯାଇଛି ।

ମଙ୍ଗଳବାର ଉକ୍ତ ଯୁବକ ୮ କେଜି ୮୦ ଗ୍ରାମ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସୂଚନା ପାଇ ଟିଟିଲାଗଡ ଅବକାରୀ ବିଭାଗ ଅଧିକାରୀ ଆଶିଷ ବେହେରା ଓ ରେଳ ବିଭାଗ ଆରପିଏଫ ଅଧିକାରୀ ଡିକେ ମିଶ୍ରଙ୍କ ମିଳିତ ନେତୃତ୍ବରେ ଉକ୍ତ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ବେଳେ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦିଆଯାଇଛି ।