ପାରାକ୍ୱାଟ ତୃଣନାଶକର ବିକ୍ରୟ ଓ ବ୍ୟବହାର ଉପରେ ସଚେତନତା ବୈଠକ

0
47
ପାରାକ୍ୱାଟ ତୃଣନାଶକର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୧୦) : କୃଷି କ୍ଷେତ୍ରରେ ରାସସାୟନିକ ତୃଣ ନାଶକ ପାରାକ୍ୱାଟ ର ବ୍ୟାପକ ବ୍ୟବହାର ଯୋଗୁଁ ମଣିଷ ତଥା ପ୍ରାଣୀ ସମ୍ପଦ ଉପରେ ଏହାର ତୀବ୍ର କୁପ୍ରଭାବ ଦେଖାଯିବ ସହ ପରିବେଶ ଉପରେ ମଧ୍ୟ ଏହାର କୁପରିଣାମ ଦେଖାଯାଇଛି l

ବିଭିନ୍ନ ସ୍ତରରୁ ମିଳିଥିବା ଏହି ରାସାୟନିକ ତୃଣ ନାଶକର ହାନିକାରକ ପରିଣାମକୁ ବିଚାରକୁ ନିଆଯାଇ ଓଡିଶା ସରକାର ଏହି ତୃଣ ନାଶକର ଉତ୍ପାଦ, ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗେଇଛନ୍ତି l ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାର ସମସ୍ତ କୀଟନାଶକ ବିକ୍ରେତା ଙ୍କୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜିଲ୍ଲାପାଳ ଶ୍ରୀ ରାୟ ପାରାକ୍ୱାଟ ତୃଣ ନାଶକ ଉପରେ ରହିଥିବା କଟକଣା ଉପରେ ଉପସ୍ଥିତ ସମସ୍ତ କୀଟନାଶକ ବିକ୍ରେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହା ସହ କୀଟନାଶକ ବିକ୍ରେତା ମାନେ ସେମାନଙ୍କର ବିକ୍ରୟ କେନ୍ଦ୍ରରେ ପାରାକ୍ୱାଟ ର ବିକ୍ରି ଓ ବ୍ୟବହାର ଉପରେ ଥିବା କଟକଣା କୁ ବ୍ୟାନର ମାଧ୍ୟମରେ ଚାଷୀ ତଥା ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚୀତ କରିବାକୁ ପରାମର୍ଶ ଦେଇଛନ୍ତି l

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ଼ ବିଭୁତି ଭୂଷଣ ମିଶ୍ର ବୈଠକ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ପାରାକ୍ୱାଟ ତୃଣ ନାଶକ ବ୍ୟବହାର ର ବିଭିନ୍ନ ମାରାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ l ଏହି ବୈଠକରେ ଉପ ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଙ୍କ ସହ ବିଭିନ୍ନ ବ୍ଲକର କୃଷି ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ l

ପାରାକ୍ୱାଟ ଉପରେ ଲଗାଯାଇଥିବା କଟକଣା ଆଜି ଠାରୁ ଆସନ୍ତା ୬୦ ଦିନ ଯାଏ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ l ଏହି କଟକଣା କୁ ଯେମିତି କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ସମସ୍ତ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଜିଲ୍ଲାର ସମସ୍ତ କୀଟନାଶକ ବିକ୍ରେତା ଏହି କାର୍ଯ୍ୟକୁ ସାମାଜିକ ଦାୟିତ୍ୱବୋଧ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି l