ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ସଞ୍ଜୟ ପାଇବେ ପୂରସ୍କାର

0
58
ବନ୍ୟପ୍ରାଣୀ ସୁରକ୍ଷା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୭/୧୦) : ଗଜପତି ଜିଲ୍ଲା କାଶୀନଗର ବ୍ଲକର ବୁଦୁରା ସରପଞ୍ଚ ପାଇବେ ବିଜୁ ପଟନାୟକ ପ୍ରାଣୀ ସୁରକ୍ଷା ପୂରସ୍କାର

ଗତକାଲି କାଶୀନଗର ଫୋରେଷ୍ଟ ରେଞ୍ଜ ଅଫିସ ପରିସର ରେ ଅନୁଷ୍ଠିତ 69 ତମ ବନ୍ୟପ୍ରାଣୀ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଗତ କାଲି ଅନୁଷ୍ଠିତ ଏକ ସଭାରେ ବୁଦୁରା, ଗରିବନ୍ଧା, ଖଣ୍ଡାବା ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଙ୍କ ଶହ ବହୁ ଆଦିବାସୀ ଏହି ଉତ୍ସବ ରେ ଯୋଗ ଦେଇଥିଲେ, ରେଞ୍ଜେର ଶ୍ରୀ ଏସ କେ ବେହେତା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉର୍ତ୍ସବ ରେ ବରିଷ୍ଠ ସାମ୍ବାଦିକ ଶ୍ରୀ ହୃଷିକେଶ ଗୌଡ଼ ଯୋଗ ଦେଇ ବନ୍ୟ ପ୍ରାଣୀ ସୁରକ୍ଷା ଦିଗ ରେ ନିଜର ମତ ରଖିଥିଲେ । ବୁଦୁରା ସରପଞ୍ଚ ଶ୍ରୀ ସଞ୍ଜୟ ମିଶ୍ର ବନ୍ୟ ପ୍ରାଣୀ ସୁରକ୍ଷା ନିମନ୍ତେ ଉଦ୍ୟମ କରିଥିବାରୁ ବିଜୁ ପଟନାୟକ ପୂରସ୍କାର ପାଇବା ପାଇଁ ମନୋନୀତ ହୋଇଥିବାରୁ କାଶୀନଗର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।