ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବୋରିଗୁମ୍ମାରେ ଆୟୁଷ୍ମାନ ଭବଃ ସ୍ବାସ୍ଥ୍ୟମେଳା ଅନୁଷ୍ଠିତ

0
46
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୦୭/୧୦) : ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୬ ତାରିଖ ଏକ ଆୟୁଷ୍ମାନ ଭବଃ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି ।

ଏହି ସ୍ବାସ୍ଥ୍ୟମେଳାରେ ସମୁଦାୟ ତିନିଶହରୁ ଉର୍ଦ୍ଧ୍ଵ ଲୋକ ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିଛି । ଏହି ସ୍ବାସ୍ଥ୍ୟମେଳାର ମୁଖ୍ୟ ଉଦ୍ଦେଶ୍ୟ ଟେଲି ମେଡ଼ିସିନ ଦ୍ଵାରା ରୋଗର ଚିହ୍ନଟ ଏବଂ ନିରାକରଣ, ଅଣ ସଂକ୍ରମଣ ଜନିତ ରୋଗର ଚିହ୍ନଟ ଏବଂ ନିରାକରଣ, ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ପରିଚୟ ପତ୍ର ସୃଷ୍ଟି କରିବା, ନିଃଶୁଳ୍କ ଔଷଧ ବଣ୍ଟନ, ନିଃଶୁଳ୍କ ରକ୍ତ ପରୀକ୍ଷା, ଚକ୍ଷୁ ପରୀକ୍ଷା, ଯକ୍ଷ୍ମା ରୋଗୀ ଚିହ୍ନଟ ଏବଂ ନିରାକରଣ ଇତ୍ୟାଦି । ଏହି ସ୍ବାସ୍ଥ୍ୟମେଳାରେ ସ୍ତ୍ରୀ ଏବଂ ପ୍ରସୂତି ବିଶେଷଜ୍ଞ ଡାକ୍ତର ପ୍ରବୀଣ କୁମାର ଦାଶ, ମେଡ଼ିସିନ ବିଭାଗର ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଶତପଥୀ, ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୂଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ହରପ୍ରସାଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ରୋଗୀମାନଙ୍କ ଚିକିତ୍ସା କରିଥିଲେ ।

ଔଷଧ ବିତରଣ କାର୍ଯ୍ୟରେ ଗୋଲକ ବିହାରୀ ଚୌଧୁରୀ, ରକ୍ତ ନମୁନା ପରୀକ୍ଷା କାର୍ଯ୍ୟରେ ସୁଧାଂଶୁ ଶେଖର ଡାକୁଆ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ନିୟୋଜିତ ରହି ନିଜ ନିଜ କାର୍ଯ୍ୟ ସମ୍ପାଦନ କରିଥିଲେ ।ବି.ପି.ଏମ. ସରୋଜ କୁମାର ମହାପାତ୍ର ଏବଂ ଏସ. ଶ୍ରୀନିବାସ ଏହି ସ୍ବାସ୍ଥ୍ୟ ମେଳାର ପରିଚାଳନା କାର୍ଯ୍ୟ ସମ୍ପାଦନ କରିଥିବା ଜଣାପଡିଛି ।