ପୁତୁରାର ମରଣାନ୍ତକ ଆକ୍ରମଣରେ ଦାଦାଙ୍କ ମୃତ୍ୟୁ

0
52
ପୁତୁରାର ମରଣାନ୍ତକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୦୭/୧୦) : ପୁରୀରେ ମର୍ଡର । ଦାଦାକୁ ହତ୍ୟା କଲା ପୁତୁରା । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରାଯାଉଛି ।

ସଦର କଣ୍ଠପୁର ଗ୍ରାମ ମଙ୍ଗଳପୁର ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ଅଭିଯୁକ୍ତ ପୁତୁରାଙ୍କୁ ପୋଲିସ ଅଟକ ରଖିଛି । ଏନେଇ ସଦର ଥାନା ପୋଲିସର ଛାନଭିନ୍ ଆରମ୍ଭ କରିଛି । ମୃତକ ହେଲେ ବୀର ବରାଳ । ପୁତୁରା ପପୁ ବରାଳଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।