ସାଇବର ଠକାମୀ ରୁ ବର୍ତ୍ତିବା ନେଇ ବିଭିନ୍ନ ସ୍ଥାନରେ ସଚେତନତା ଶୋଭାଯାତ୍ରା

0
55
ସାଇବର ଠକାମୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୭/୧୦) : ସାଇବର ଠକାମୀରୁ ବର୍ତ୍ତିବା ନେଇ ବିଗତ କିଛି ଦିନ ହେବ ସୁବର୍ଣ୍ଣପୁର ପୋଲିସ୍ ବ୍ୟାପକ ସଚେତନତା କାର୍ଯ୍ୟକ୍ରମକୁ ହାତକୁ ନେଇଛି lWhatsApp Image 2023-10-07 at 13.01.35

ସାଇବର ଠକାମୀ ରୁ ବର୍ତ୍ତିବା ନେଇ ବିଭିନ୍ନ ସ୍ଥାନରେ ସଚେତନତା ଶୋଭାଯାତ୍ରା l ଆଜି ଜିଲ୍ଲାର ତରଭା ସହରର ବାଳକ ହାଇସ୍କୁଲ ଓ କଲେଜ ଠାରେ ଓ ବ୍ଲକ ର ବିଭିନ୍ନ ଗାଁ’ରେ ସାଇବର ରଥ ଦ୍ୱାରା ସ୍କୁଲ କଲେଜ ଛାତ୍ର ଛାତ୍ରୀ ଓ ସାଧାରଣ ଜନତାଙ୍କୁ ବ୍ୟାପକ ଜନ ସଚେତନତା କରୁଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଥାନା ଭାରପ୍ରାପ୍ତ ଅଧିକାରୀ ଅନିତା କିଡୋ, ଏସ ଆଇ ଆରତୀ କଅଁର, ମେଣ୍ଡା ଓ କମସରା ଫାଣ୍ଡି ଅଧିକାରୀ ଉପସ୍ଥିତ ଥିଲେ l ସେହିପରି ଗତ ଗୁରୁବାରରେ ଏହି ପରିପେକ୍ଷୀରେ ଉଲୁଣ୍ଡା ପଞ୍ଚାୟତ କଲେଜର ଉଲୁଣ୍ଡା ଥାନା ଅଧିକାରୀ ପଞ୍ଚାନନ ନାଏକ ଙ୍କ ପୋରୋହିତ୍ୟ ରେ ଏକ ସଚେତନତା କାର୍ଯକ୍ରମରେ କଲେଜର ଅଧ୍ୟକ୍ଷ ଡକ୍ଟର ପାଣ୍ଡିଆ ସାଇବର ସଚେତନତା କାର୍ଯ୍ୟକ୍ରମକୁ ଉଚ୍ଚ କୋଟୀର ପ୍ରଶଂସା କରିଥିଲେ । ପୂର୍ବ ଦିନ ବିନିକା ପୁଲିସ ତରଫରୁ ବ୍ୟାପକ ଭାବରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲାର କୋଣ ଅନୁକୋଣରେ ବୁଲୁଥିବା ସାଇବର ସୁରକ୍ଷା ଅଭିଯାନ ରଥକୁ ଭୃୟସି ପ୍ରଶଂସା ସହିତ ରାଜ୍ୟ ସରକାର୍ ତଥା ପୋଲିସ ବିଭାଗକୁ ଧନ୍ୟବାଦ୍ ଦେଇ ଥିଲେ l

ସେହିପରି ଗତ କାଲି ଲଛିପୁର ଅନ୍ତର୍ଗତ ପଞ୍ଚାୟତ କଲେଜ ଲଛିପୁରରେ ଆଜି ଡ଼ି ଏସ ପି ଶ୍ରୀ ଚନ୍ଦ୍ର ଶେଖର ଶବର ଯୋଗଦେଇ କଲେଜର ଛାତ୍ର ଛାତ୍ରୀ ଙ୍କୁ ସାଇବର ଠକ ଙ୍କ ଶିକାର ହେଲେ ୧୯୩୦ କୁ ତୁରନ୍ତ ଯୋଗାଯୋଗ କରି ତାହାକୁ ଉଚିତ୍ ଜବାବ ଦେବାକୁ ଉପଦେଶ ଦେଲେ ଥିଲେ ଓ ଅପରାହ୍ନରେ ଭୀମ ଭୋଇ ଆଶ୍ରମ ସ୍କୁଲ୍ ଖଲିଆପାଲିରେ ସାଇବର ସଚେତନତା କୁଇଜ୍ କାର୍ଯକ୍ରମ ଅନୁଷ୍ଠିତ କରାଯାଇ ପ୍ରତିଭାଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଉଲୁଣ୍ଡା ଠାରେ ଆଇ ଆଇ ସି ପଞ୍ଚାନନ ନାଏକ, ଏସ ଆଇ ସରୋଜ ପାଣିଗ୍ରାହୀ, ଲଛିପୁର ଠାରେ ଆଇଆଇସି ସୋଭାକର ସେଠୀ ପ୍ରମୁଖ ସଂଯୋଜନା କରିଥିବା ବେଳେ ହାବିଲଦାର ମନୋଜ୍ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି ଦିଦି ଆଶା ତଥା ମିଶନ ଶକ୍ତି ଓ ଉଲୁଣ୍ଡା, ବିନିକା, ଲଛିପୁର ଓ ତରଭା ଥାନା ର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଆସନ୍ତା କାଲି ସୁବର୍ଣ୍ଣପୁର ସହରରେ ଜିଲ୍ଳା ପୋଲିସ ପକ୍ଷରୁ ସ୍କୁଲ, କଲେଜ, ସ୍ବେଛାସେବୀ ସଂଗଠନ ମାନଙ୍କୁ ନେଇ ସାଇବର ସୁରକ୍ଷା ସଚେତନତା ଉପରେ ଏକ ମାରାଥନ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଥିବା ଆଗୁଆ ସୂଚନା ମିଳିଛି l