ମା ମାଣିକେଶ୍ବରୀଙ୍କ ବାଲି ଯାତ୍ରା ଧୂମଧାମରେ ପାଳିତ

0
50
ମା ମାଣିକେଶ୍ବରୀ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୦୬/୧୦) : ରାୟଗଡା ଜିଲ୍ଲା ଗୁଡାରି ମା ମାଣିକେଶ୍ବରୀଙ୍କ ବାଲି ଯାତ୍ରା ଧୁମ ଧୂମଧାମରେ ପାଳିତ ହୋଇଯାଇଛି ।WhatsApp Image 2023-10-07 at 12.48.45 (1)

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଶ୍ୱିନ କୃଷ୍ଣ ଅଷ୍ଟମୀ ତିଥିରେ ବହୁ ପାରମ୍ପରିକ ପ୍ରଥା ଅନୁଯାୟୀ ଗୁଡାରିରେ ମା ମାଣିକେଶ୍ବରୀ ଙ୍କ ବାଲି ଯାତ୍ରା ପାଳନ ହୋଇଯାଇଛି । ଗୁଡାରି ସହର ର ସୁଖ ଶାନ୍ତି ଓ ଭଲ ଫସଲ ଆଦାୟ ନିମନ୍ତେ ଉକ୍ତ ପୂଜା ପାଳନ ହୋଇଥାଏ । ପୂଜକ ଶ୍ରୀ ରାମ ପୂଜାରୀ ଦଶ ଦିନ ପୂର୍ବରୁ ପାରମ୍ପରିକ ବାଦ୍ୟରେ ବଂଶ ଧାରା ନଦୀ ରୁ ବାଲି ଆଣି ବାଲି ଘରେ ସ୍ଥାପନ କରି ଗୁଡାରି ସହର ର ପ୍ରତି ସାହିରୁ ଆଦାୟ ହୋଇଥିବା ନବଧାନ୍ୟ, ଧାନ, ବିରି ମୁଗ ବିଭିନ୍ନ ସଂଗୃହିତ ଶସ୍ୟ ଚାଙ୍ଗୁଡ଼ି ରେ ଆଦାୟ କରି ପ୍ରତିଦିନ ହଳଦୀ ପାଣି ସିଞ୍ଚନ କରି ପୂଜା ଅର୍ଚ୍ଚନା କରାଯାଇଥାଏ । ଅଙ୍କୁରିତ ବିହନ ଗଜା ର ସ୍ଥିତିରୁ ଅଞ୍ଚଳର ଫସଲ କୁ ଅନୁଧ୍ୟାନ କରିବା ନଜିର ରହିଛି ।

ଯାତ୍ରା ଦିନ ବାଦ୍ୟ ବାଜଣା ରେ ଶୁଭଖୁଣ୍ଟି ଆଣି ଯାତ୍ରା ପଡିଆରେ ସ୍ଥାପନ କରି ପୂଜା ଅର୍ଚ୍ଚନା କରଥାନ୍ତି l ବହୁ ଦୂର ଦୁରାନ୍ତ ରୁ ମାନସିକ ଧାରୀ ପାରା ଆଦି ବଳି ଦେଇଥାନ୍ତି l ବେଜୁ ନିଆଁ ରେ ଚାଲିବା, କଣ୍ଟା ଦଳିରେ ଖେଳିବା କଞ୍ଚା ମାଟି ହାଣ୍ଡି ବସିବା ବିଭିନ୍ନ ନିଆରା ଦୃଶ୍ୟ ଦେଖିବାଳୁ ମିଳେ l ଏହି ବାଲିଯାତ୍ରା ପରମ୍ପରା ଅନୁଯାୟୀ ରାଜସ୍ବ ନିରକ୍ଷକ ନିଁର୍ଧେଶ ରେ ଅନୁଷ୍ଠିତ ଏହି ବାଲି ଯାତ୍ରାରେ ଗୁଡାରି ତହସିଲଦାର ଶ୍ରୀଯୁକ୍ତ ହୃଷିକେଶ ପଣ୍ଡା ଉପସ୍ଥିତ ରହି ଦେଖିବାକୁ ମିଳିଥିଲା ।

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଗୁଡାରି ଥାନା ଅଧିକାରୀ ଶ୍ରୀମତୀ ସମର୍ପିତା ସ୍ୱାଇଁ ଙ୍କ ସମେତ ବହୁ ପୋଲିସ କର୍ମଚାରୀ ମୁତୟନ ହୋଇଥିଲେ । ଏହି ବାଲିଯାତ୍ରା କୁ ପରମ ଜ୍ୟୋତି ଯୁବକ ସଂଘ ସହଯୋଗ କରିଛନ୍ତି ଲ ପାଗ ଅନୁକୂଳ ଥିବା ଯୋଗୁଁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।