୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

0
60
୬୯ତମ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୭/୧୦) : ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗ ପକ୍ଷରୁ ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି ।

ଡିଏଫଓ ମଦନଲାଲ ଶର୍ମାଙ୍କ ସଭାପତିତ୍ୱରେ ବନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବନ ବିଭାଗର ଅଧିକାରୀ, କର୍ମଚାରୀଙ୍କ ସମେତ ଛାତ୍ର ଛାତ୍ରୀ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ । ସପ୍ତାହ ବ୍ୟାପି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂକ୍ରାନ୍ତୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଜି ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କ ସମେତ ବନ୍ୟାପ୍ରାଣୀଙ୍କ ଉପରେ କାର୍ଯ୍ୟକରୁଥିବା ଯୁବ ଫଟୋଗ୍ରାଫର ଜ୍ୟୋତିରାଦିତ୍ୟ ପିନାକୀ ପଣ୍ଡା ଏବଂ ବୀରମହାରାଜପୁର ପୁଲେଶ୍ୱର ଗାଁ’ର ଜଗଦିଶ ଜଗଦଲାଙ୍କୁ ବିଜୁ ପଟ୍ଟନାୟକ ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଥିଲା ।