ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର

0
77
ଝୁଲନ୍ତା ଅବସ୍ଥାରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୭/୧୦) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ଅରିଗାଁ ମହାନଦୀ କୂଳରେ ଥିବା ଏକ ଗଛରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନା ମୁତାବକ ଶନିବାର ଭୋର ସକାଳୁ ଅରିଗାଁ ର କିଛି ଯୁବକ ନିକଟସ୍ଥ ମହାନଦୀ କୁ ଶୌଚ ପାଇଁ ଯାଇଥିବା ସମୟରେ ନଦୀ କୂଳରେ ଥିବା ଏକ ଗଛରେ ଜଣେ ଯୁବତୀଙ୍କ ମୃତ ଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ପରେ ସ୍ଥାନୀୟ ଲୋକେ ପୁଲିସ କୁ ଖବର ଦେଇଥିଲେ । ତେବେ ବିଶ୍ୱସ୍ତ ସୁତ୍ରରୁ ଉକ୍ତ ମୃତ ଦେହଟି ବିନିକା ବ୍ଳକ ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ପଲସାପାଲି ଗାଁ’ର ପ୍ରେମଶିଳା ଠାଟୀ (୪୦ବର୍ଷ) ବୋଲି ଜଣାପଡିଥିଲା । ପରେ ପରିବାର ଲୋକଙ୍କ ଉପସ୍ଥିତି ରେ ବିନିକା ପୁଲିସ ପକ୍ଷରୁ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

ମୃତ ଯୁବତୀ ଜଣକ ଗତ ଶୁକ୍ରବାର ଦିନ ପୂର୍ବାହ୍ନ ସମୟରୁ ନିଖୋଜ ଥିବା ଏବଂ ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ମଧ୍ୟ କିଛି ଖବର ପାଇ ପାରି ନ ଥିଲେ । ତେବେ ସେ ବେକରେ ଓଢଣି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୁଲିସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳଛି l