୧୦ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟରେ ବସ ଧର୍ମଘଟ

0
58
୧୦ରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୯/୧୦) : ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟରେ ଗଡିବ ନାହିଁ ଘରୋଇ ବସ ।

ଏନେଇ ଆଜି ପୁଣି ଥରେ ଅଲ ଓଡିଶା ବସ ମାଲିକ ସଂଘ ସାଧାରଣ ବୈଠକରେ ନିଷ୍ପତ୍ତି ହେଇଛି । ଗତ ୨୭ ତାରିଖରେ ମଧ୍ୟ ବୈଠକରେ ବନ୍ଦ କରିବାକୁ ନେଇ ନିଷ୍ପତ୍ତି ନେଇଥିଲେ । ହେଲେ ସରକାର ଆଲୋଚନାକୁ ଡାକିଲେ ନାହିଁ କି ଦିଆଯାଇଥିବା ସ୍ମାରକ ପତ୍ର ମୁତାବକ କୌଣସି ଦାବି ସରକାର ମାନିଲେ ନାହିଁ । ତେଣୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସ୍କୁଲ, କଲେଜ, ଟୁର ଟ୍ରାଭେଲ ବସ ସହ ଘରୋଇ ବସ ବନ୍ଦ ରହିବ । ଲକ୍ଷ୍ମୀ ଯୋଜନାରେ ଚାଲିବାକୁ ଥିବା ରୁଟରେ ଆମ ଘରୋଇ ବସଗୁଡିକୁ ସବସିଡି ଦିଅନ୍ତୁ ରାଜ୍ୟ ସରକାର । ନ ହେଲେ ଆମ ବସ ନେଇ ଚଲାନ୍ତୁ ।

ଲକ୍ଷ୍ମୀ ଯୋଜନାରେ ସରକାର ଆମ ବସ ଗୁଡିକ ନେଇ ଚଲାନ୍ତୁ । ଘରୋଇ କମ୍ପାନୀକୁ ଯେତିକି ଅର୍ଥ ସରକାର ଦେବେ ଆମକୁ ସେହି ଅର୍ଥ ବା ତାଠାରୁ କମ ଅର୍ଥ ପ୍ରଦାନ କରନ୍ତୁ । ଆମେ ରାଜି । ସରକାର ରାଜି ହେଲେ, ଆମ ବସଗୁଡିକୁ ଆମେ ଲକ୍ଷ୍ମୀ ଯୋଜନା ଅନୁଯାୟୀ ସଜାଇ ଦେବୁ । “ମୋ ବସ” ଏବଂ “ଲକ୍ଷ୍ମୀ” ଯୋଜନା ମଧ୍ୟ ଆଗକୁ ଫଳପ୍ରଦ ହେବ ନାହିଁ । ମୋ ବସ ଯୋଜନାରେ ବାର୍ଷିକ ୨୦ ରୁ ୨୨ କୋଟି ଟଙ୍କା କ୍ଷତି ସହୁଛନ୍ତି ସରକାର ।