କୃତି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ପ୍ରହୋତ୍ସନ ରାଶି ପ୍ରଦାନ

0
248

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୦୭/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ଲାଲବାହାଦୂର ବିଦ୍ୟାପୀଠ ର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମାଝୀ ଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । କୃତି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ପ୍ରହୋତ୍ସନ ରାଶି ପ୍ରଦାନ କରାଯାଇଥିଲା ।

ସଭାରେ ତିଲେ ସ୍ୱର ର ପୂର୍ବତନ ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ମାତଦିନ ଅଗ୍ରୱାଲ ଙ୍କ ତରଫରୁ ପ୍ରତିବର୍ଷ ଭଳି ଏଇ ବର୍ଷ ଉକ୍ତ ବିଦ୍ୟାଳୟ ରୁ ମାଟ୍ରିକ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖି ଉର୍ତ୍ତିନ ହୋଇଥିବା ୩ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଯଥା ଅଙ୍କିତାମୟୀ ସାମଲ, ସତ୍ୟଭାମା ପ୍ରଧାନ, ପ୍ରଜ୍ଞାସିନୀ ସାହୁ, କ୍ରମାନୟରେ ପ୍ରଥମ ଛାତ୍ରୀଙ୍କୁ ୨୦ହଜାର, ଦ୍ୱିତୀୟ ଛତ୍ରୀଙ୍କୁ ୧୦ ହଜାର, ତୃତୀୟ ଛତ୍ରୀଙ୍କୁ ୫ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ମାତଦିନ ଅଗ୍ରୱାଲଙ୍କ ସାନ ଭାଇ ତଥା ଅନ୍ୟତମ ସମାଜସେବୀ ରାଧେଶ୍ୟାମ ଅଗ୍ରୱାଲଙ୍କ ଉପସ୍ଥିତରେ ୩ ଛାତ୍ରୀଙ୍କୁ ସମର୍ଦ୍ଧିତ କରାଯାଇଥିଲା ।

ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ୧୦ ବର୍ଷ ହେଲା ଅନୁଷ୍ଠିତ ହୋଇଆସୁଥିବା ବେଳେ ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ଗିରିଜା ଶଙ୍କର ପଟ୍ଟନାୟକ, ପୁରୁଷୋତ୍ତମ ପଟ୍ଟନାୟକ, ଅର୍ଜୁନ ପ୍ରଧାନ, ଛାତ୍ରୀ ମାନକୁ ଉତ୍ସାହିତ କରିବାସହ ଭବିଷ୍ୟତ ଉଜ୍ଵଳ କାମନା କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।