ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଅଣୁ ଯୋଜନା ସଂଶୋଧନ କାର୍ଯ୍ୟକ୍ରମ

0
55
ଉଲୁଣ୍ଡା ବ୍ଲକ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ସୁବର୍ଣ୍ଣପୁର, (୧୨/୧୦) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ର ଅଣୁଯୋଜନା ପୁନଃ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-10-11 at 14.19.54

ଉକ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଖଣ୍ଡିୟ କାର୍ଯ୍ୟାଳୟର ବିଷୟ ବସ୍ତୁ ବିଶାରଦ ଶ୍ରୀ ପ୍ରକାଶ କୁମାର ସାହୁ ଆଜ୍ଞା ଅଣୁଯୋଜନା ର ପୁନଃ ସଂଶୋଧନ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇବା ସହ ତାଲିମ୍ ଦେଇଥିଲେ । ତାଲିମ୍ କାର୍ଯ୍ୟକ୍ରମ ରେ ଉଲୁଣ୍ଡା ବନାଞ୍ଚଳର ଯାଲୋଇ ସେକସନ ଅନ୍ତର୍ଗତ ଛଅ ଗୋଟି ବନ ସୁରକ୍ଷା ସମିତି ଖଜୁରିଆପାଲି, ଗଈଲଗୁଡ଼ି, ସାରସଦାର, ସୁନାପାଲି, ରାଣିପାଲି, ଗଡଗଡ଼ବାହାଲ ର ସଭାପତି, କୋଷାଧକ୍ଷ, ବନସହାୟକ, ଏସ ଏଚ ଜି ସଭ୍ୟା ଙ୍କୁ ଭି ଏସ ଏସ ର ଉନ୍ନତି ପାଇଁ କିଭଳି ଗରିବ ରୁ ଅତି ଗରିବ ପରିବାର ଗୁଡିକୁ ସ୍ୱାବଲମ୍ବୀ କରାଯାଇ ଗ୍ରାମର ସଂରକ୍ଷିତ ଜଙ୍ଗଲ କୁ ସୁରକ୍ଷା କରାଯାଇ ସବୁଜ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ଅଣୁଯୋଜନା ତାଲିମ୍ ପ୍ରଦାନ କରାଯାଇଅଛି ।

ଏସମେସ ସ୍ୱାଇଁ ସାରଙ୍କ ସମେତ ବନରକ୍ଷୀ ରଘୁମଣୀ ଭୋଇ, ଦୀପାଞ୍ଜଳି ହରିପାଳ, ଓଏଫଏସଡିପି ର କର୍ମଚାରୀ କିଶୋର କୁମାର ନାଏକ, ସୁନୀଲା ସାହୁ, ବିଶ୍ୱମୋହନ ପୁରୋହିତ, ସୁଚରିତା ନାୟକ, ଓମଶିବ ବଗର୍ତ୍ତୀ, ସତ୍ୟଜିତ ଗଡୁଆ ପ୍ରମୁଖ ତାଲିମ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।