ମିଶନ ଶକ୍ତି ସ୍କୁଟର ଯୋଜନା ର ଶୁଭାରମ୍ଭ

0
48
ମିଶନ ଶକ୍ତି

ରିପୋର୍ଟ : ପ୍ରେମାନନ୍ଦ ନାଏକ//ଧ୍ରୁବରାଜ ମିଶ୍ର 
ସୁବର୍ଣ୍ଣପୁର, (୧୨/୧୦) : ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଜି ରାଜ୍ୟ ମୁଖ୍ୟାଳୟରେ ରାଜ୍ୟର ମାଁ ମାନଙ୍କ କାର୍ଯ୍ୟଧାରାକୁ ଦକ୍ଷତାପୂର୍ଣ୍ଣ ଓ ସଶକ୍ତିକରଣ କୁ ଗତିଶୀଳ କରିବା ସହ ମାଁ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ମିଶନ ଶକ୍ତି ସ୍କୁଟର ଯୋଜନା ର ଶୁଭାରମ୍ଭ କରିଛନ୍ତି lWhatsApp Image 2023-10-11 at 17.32.05

ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଏହି ଯୋଜନାରେ ଆଜି ୧୬୨ ଗୋଟି ସ୍କୁଟର ଜିଲ୍ଲାର ମିଶନ ଶକ୍ତି ଫେଡେରେସନ ଲିଡର ଓ ମିଶନ ଶକ୍ତି ସହାୟକ କର୍ମଚାରୀ ଙ୍କୁ ଜିଲ୍ଲାପାଳ ଙ୍କ କାର୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିତରଣ କରିଛନ୍ତି l ପରେ ପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଦ୍ୱାରା ପରିବେଶ ସୁରକ୍ଷା ଓ ଇଲେକ୍ଟ୍ରି ସ୍କୁଟର ର ପ୍ରୋତ୍ସାହନ ନିମନ୍ତେ ଇ – ସ୍କୁଟର ଚାର୍ଜିଂ ଷ୍ଟେସନ ର ଲୋକାର୍ପଣ ସୋନପୁର ବ୍ଲକ ଛକ ଠାରେ ମିଶନ ଶକ୍ତି କଫେ ପରିସରରେ ଉଦ୍ଘାଟନ ହୋଇଯାଇଛି ।

ଯାହାକି ବି ଏଲ ଏଫ ମାଧ୍ୟମରେ ପରିଚାଳିତ ହେବା ସହିତ ନୂଆ ଆୟ ର ସ୍ରୋତ ହୋଇପାରିବ। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ, ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଏଲ ଡି ଏମ, ଡି ପି ଏମ, ଡି ପି ସି ମିଶନ ଶକ୍ତି, ବ୍ୟାଙ୍କ ଅଧିକାରୀ, ମିଶନ ଶକ୍ତି ର ମାଁ ମାନେ, ବି ଏଲ ଏଫ ସଦସ୍ୟା ତଥା ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।