ଗଗନଯାନ ମିଶନ : ଅକ୍ଟୋବର ୨୧ରେ ଶ୍ରୀହାରିକୋଟାରୁ ହେବ ପରୀକ୍ଷଣ

0
226
ଗଗନଯାନ ମିଶନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୭/୧୦) : ଗଗନଯାନ ମିଶନ ପାଇଁ ସବୁ ପ୍ରସ୍ତୁତି ଶେଷ କରିଛି ଇସ୍ରୋ । ଅକ୍ଟୋବର ୨୧ରେ ଶ୍ରୀହାରିକୋଟାରୁ ହେବ ପରୀକ୍ଷଣ ।

ଗଗନଯାନ ମିଶନ ଅଧୀନରେ ଟିଭି-ଡି୧ ଏହାର ପ୍ରଥମ ପରୀକ୍ଷଣ କରାଯିବ । ଏହାର ପରୀକ୍ଷଣ ଶ୍ରୀହାରିକୋଟାରୁ ସକାଳ ୭ ରୁ ୯ଟା ମଧ୍ୟରେ ପଠାଯିବ। ତେବେ ଏହି ପରୀକ୍ଷଣ ପରେ ବି ଆଉ ତିନୋଟି ପରୀକ୍ଷଣ କରାଯିବ । ଏହି ସମୟ ମଧ୍ୟରେ କ୍ରୁ ମଡ୍ୟୁଲ୍ ପରୀକ୍ଷା କରାଯିବ । ଯେଉଁଥିରେ କ୍ରୁ ଏସ୍କେପ୍ ସିଷ୍ଟମ୍ ମଧ୍ୟ ଅନ୍ତର୍ଭୁକ୍ତ । ସୂଚନାଯୋଗ୍ୟ ଗଗନଯାନର ଏହି କ୍ରମରେ ତିନି ଜଣ ଭାରତୀୟ ମହାକାଶଚାରୀଙ୍କୁ ମହାକାଶକୁ ପଠାଯିବ। ସୋସିଆଲ ମିଡିଆ ଜରିଆରେ ଫଟୋ ସେୟାର ସୂଚନା ଦିଆଯାଇଛି ।