ଟ୍ରାକ୍‌ ଅତିକ୍ରମ କରୁଥିବା ବେଳେ ଦମ୍ପତିଙ୍କୁ ପିଟିଦେଲା ଟ୍ରେନ୍‌

1
51
ଟ୍ରାକ୍‌ ଅତିକ୍ରମ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୧/୧୦) : ଦୁର୍ଗା ଦେଖିବାକୁ ଘରକୁ ଫେରୁଥିଲେ । ବେଶ୍‌ ହସ ଖୁସିଥିଲେ ବୃଦ୍ଧ ଦମ୍ପତି । ହେଲେ ଅଧା ରାସ୍ତାରେ ଜଗି ରହିଥିଲା ଜମ ! ଆଉ ନେଇଗଲା ଜୀବନ ।

ଟ୍ରାକ୍‌ ଅତିକ୍ରମ କରୁଥିବା ବେଳେ ଦମ୍ପତିଙ୍କୁ ପିଟିଦେଲା ଟ୍ରେନ୍‌ । ସ୍ୱାମୀ-ସ୍ତ୍ରୀ ହାତ ଧରା ଧରି ହୋଇ ଟ୍ରାକ୍‌ ଅତିକ୍ରମ କରୁଥିବା ବେଳେ ପିଟିଦେଲା ମୁଜାଫରପୁର ଏକ୍ସପ୍ରେସ୍‌ । ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଯାଜପୁର ଜିଲ୍ଲା ବୈତରଣୀ ରୋଡ୍‌ ଷ୍ଟେସନ୍‌ରେ ଘଟିଛି । କୋରେଇ ବ୍ଲକ୍‌ ବରୁଣ୍ଡେଇ ଗାଁ’ର ଆଶୁତୋଷ ସିହ୍ନା(୭୩) ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ସିହ୍ନା ଦୀର୍ଘ ଦିନ ଧରି ମୟୂରଭଞ୍ଜ ସଦର ମହକୁମା ବାରିପଦାରେ ରହୁଥିଲେ । ଦୁର୍ଗା ପୂଜା ପାଇଁ ଉଭୟ ଘରକୁ ଆସୁଥିଲେ । ସେମାନେ ବାଲେଶ୍ୱରରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌ରେ ଆସି ବୈତରଣୀ ରୋଡ୍‌ ରେଳ ଷ୍ଟେସନରେ ଓହ୍ଲାଇ ଥିଲେ ।

ଟ୍ରେନ୍‌ରୁ ଓହ୍ଲାଇ ସ୍ୱାମୀ-ସ୍ତ୍ରୀ ଚାଲି ଚାଲି ରେଳ ଧାରଣା ଅତିକ୍ରମ କରି ପ୍ଲାଟଫର୍ମ ଉପରକୁ ଚଢ଼ୁଥିଲେ । ଠିକ୍‌ ସେହି ସମୟରେ ଡାଉନ୍ ଲାଇନରେ ଆସୁଥିବା ମୁଜାଫରପୁର ଏକ୍ସପ୍ରେସ୍‌ ଉଭୟକୁ ପିଟି ଦେଇଥିଲା । ଘଟଣା ସ୍ଥଳରେ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା । ରେଳବାଇ ପୁଲିସ୍ ଓ ଆରପିଏଫ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

1 COMMENT

Comments are closed.