ପ୍ରତିବର୍ଷ ଦୁର୍ଗାଷ୍ଟମୀରେ ଛତର ଯାତ୍ରାର ପାଳନ

0
39
ପ୍ରତିବର୍ଷ ଦୁର୍ଗାଷ୍ଟମୀରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୨୨/୧୦) : ଆଜି କଳାହାଣ୍ଡିର ଅଧିଷ୍ଟାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ଛତର ଯାତ୍ରା । ମାଆ ମାଣୀକେଶ୍ୱରୀ କଳାହାଣ୍ଡି ଜିଲ୍ଲାର ପ୍ରମୁଖ ଦେବୀ ।

ବିଜୟ ଉତ୍ସବକୁ ଖୁସି ଓ ଆନନ୍ଦର ସ‌ହ ପାଳିବା ପାଇଁ ପ୍ରତିବର୍ଷ ଦୁର୍ଗାଷ୍ଟମୀ ଅବସରରେ ଛତର ଯାତ୍ରାର ପାଳନ ହୋଇଆସୁଛି । ଆଶ୍ବିନ ମାସ କୁଷ୍ଣପକ୍ଷ ମୁଳାଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରସାଦରେ ଥିବା ମାଣିକେଶ୍ବୀରୀ ପୀଠରେ ମୁଣ୍ଡବସାଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ମାଆଙ୍କ ଦର୍ଶନ ସହ ଆଶିର୍ବାଦ ପାଇବା ପାଇଁ ଜେନାଖାଲଠାରୁ ମନ୍ଦିର ଯାଏ ପ୍ରାୟ ୪ କିଲୋମିଟର ରାସ୍ତାରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ।

ରାସ୍ତାରେ ଛତରକୁ ଧୂପ, ଦୀପ, ନୈବଦ୍ୟ ଅର୍ପଣ କରିବା ସହ ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ରହିଛି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଟ୍ରାଫିକ ନିୟନ୍ତ୍ରଣ ଓ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି ।