ଯୁକ୍ତ ଦୁଇ ଛାତ୍ରୀଙ୍କୁ ସ୍ଵାଗତ ଉତ୍ସବରେ ନିଶା ଦେଇ କଲେଜ ପରିସରରୁ ଅପହରଣ ଅଭିଯୋଗ

0
67
ଯୁକ୍ତ ଦୁଇ ଛାତ୍ରୀଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୨୧/୧୦) : ମୃଦ୍ୟୁ ପାନୀୟରେ ନିଶା ଦେଇ କଲେଜ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳରେ ଚାଞ୍ଚଲ୍ୟ ।

କୋରୁଆ ସ୍ଥିତ ଏକ ନିର୍ଦ୍ଦିଷ୍ଟ କଲେଜର ଯୁକ୍ତ ଦୁଇ ଛାତ୍ରୀଙ୍କୁ ସ୍ଵାଗତ ଉତ୍ସବରେ ନିଶା ଦେଇ କଲେଜ ପରିସରରୁ ଅପହରଣ ଅଭିଯୋଗ । କାରରେ ଜୋର ଜବରଦସ୍ତ ଉଠାଇ ନେଇ ଦୁଇ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ । ନାବାଳିକା ଛାତ୍ରୀ ଜଣଙ୍କ ରାଜି ନହେବାରୁ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ । ଏହାପରେ ଛାତ୍ରୀ ଜଣଙ୍କୁ ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ଏକ ଘରେ ବନ୍ଦ କରି ଖସି ପଳାଇଥିଲେ । ପରେ ନାବାଳିକାଙ୍କୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି ପୋଲିସ୍ ।

ଦୁଷ୍କର୍ମ ଉଦ୍ୟମରେ ଦୁଇ ଯୁବକଙ୍କ ସମେତ ନାବାଳିକାଙ୍କ ସହପାଠିନୀ ନାଁରେ କୁଦାନଗରୀ ଥାନାରେ ଅଭିଯୋଗ ହୋଇଛି । ପୋଲିସ୍ ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖିଥିବାବେଳେ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଚଳାଇଛି । ତେବେ ଘଟଣାରେ ଦୁଇ ଜଣ ଅଧ୍ୟାପକ ସାମିଲ୍ ଥିବା ନେଇ ତଦନ୍ତରୁ ଜଣାପଡ଼ିଛି ।