ବନ୍ଦ ହେଉନି ବଳି, ପୁଣି ନିରୀହ ପଶୁ, ପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହେଲା ମାଁ ଘଣ୍ଟାସୁଣିଙ୍କ ପୀଠ

0
105
ବନ୍ଦ ହେଉନି ବଳି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୩/୧୦) : ଭକ୍ତି ରୁ ହିଁ ଶକ୍ତି, ଭକ୍ତି, ଆସ୍ଥା, ବିଶ୍ୱାସ କୁ ନେଇ ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ସ୍ଥିତ ମାଁ ଘଣ୍ଟାଶୁଣି ଙ୍କ ମନ୍ଦିର ପୀଠର ଏକ ସ୍ବତନ୍ତ୍ରତା ରହିଛି ।

ଲୋକେ ଏକ ଘଣ୍ଟି ଯଦି ଏ ମନ୍ଦିର ରେ ବାନ୍ଧି ମନସ୍କାମନା କରନ୍ତି ତାହା ପୁରଣ ହୋଇଥାଏ । କେବଳ ଓଡିଶା ନୁହେଁ ଦେଶ ର ବିଭିନ୍ନ କୋଣ, ଅନୁକୋଣ ରୁ ଏ ନେ଼ଇ ଅନେକ ଭକ୍ତ ଆସିଥାନ୍ତି । ପ୍ରକାଶ ଯେ,ଏହି ଟିଟିଲାଗଡ ର ଜଣେ ସ୍ଥାୟୀ ବାସିନ୍ଦା ଶ୍ୟାମ ପିତ୍ରୋଢା ଯିଏ କି ଏସ ଟି ଡି ଫୋନ୍ ଓ ମୋବାଇଲ ଫୋନ ଉଦ୍ଭାବନ କରିଥିଲେ ସେ ଏଠି ଘଣ୍ଟି ବାନ୍ଧିଥିବା କୁହାଯାଏ । ଚଳିତ ବର୍ଷ ଏହି ବଳି ଯାତ୍ରା ରେ ହଜାର, ହଜାର ସଂଖ୍ୟା ରେ ଜନ ସମାଗମ ଘଟିଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ଯାତ୍ରା ସମାପନ ହୋଇଛି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ଆକର୍ଷଣୀୟ ଓ ଭକ୍ତି ଭାବାମୟ ରେ ପାଳିତ ହୋଇ ଥିବା ବେଳେ ଏଠି ବଳି ଦେବା ନେଇ କିଛି ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାରୀ ନିୟମ ସତ୍ତ୍ବେ ତାହା କାର୍ଯ୍ୟକାରୀ ହୋଇ ନ ପାରିବା ନେଇ ପ୍ରତିକ୍ରିୟା ମାନ ପ୍ରକାଶ ପାଉଛି । ପ୍ରକାଶ ଯେ,ଏହି ପୀଠରେ କେଉଁ ଆବାହମାନ କାଳରୁ ନରବଳି ଦେବା ପରମ୍ପରା ଥିବା ବେଳେ ଏବେ ସାଂପ୍ରତିକ ପରିସ୍ଥିତି ରେ ସମ୍ପୂର୍ଣ ବନ୍ଦ ରହିଛି କିନ୍ତୁ ସଚେତନତା ର ଅଭାବ ଯୋଗୁଁ ଏଠି ପ୍ରତି ବର୍ଷ ହଜାର, ହଜାର ସଂଖ୍ୟା ରେ ଛେଳି, ମେଣ୍ଢା,ପାରା,କୁକୁଡ଼ା ଆଦି ନିରୀହ ପଶୁ, ପକ୍ଷୀ ଙ୍କୁ ବଳି ଦିଆଯାଇ ଆସୁଛି ।

ସେହିପରି କଳାହାଣ୍ଡି ଜିଲ୍ଲା ର ଛତର ଯାତ୍ରା ରେ ରାସ୍ତା ରେ ବଳି ବିପୁଳ ଭାବେ ଦେଉ ଥିବା ବେଳେ ଏଠି ମନ୍ଦିର ପରିସର ତଥା ବଡ ଖଳା ଓ ସାନ ଖଳା ରେ ଅଧିକ ବଳି ଦିଆଯାଇ ଥାଏ। ଏ ନେଇ ଜିଲ୍ଲା ର ଜୀବେଦୟା ଅନୁଷ୍ଠାନ ପକ୍ଷରୁ ଗତ ୨୦୦୦ ମସିହା ରୁ ଏହି ଧର୍ମୀୟ କୁସଂସ୍କାର ର ବିରୋଧ ଶାନ୍ତି ପୂର୍ଣ୍ଣ ଭାବେ କରିବା ସହ ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରି ଆସୁଛନ୍ତି । ଦୀର୍ଘ ବର୍ଷ ଧରି ଏହି ପ୍ରଥା ନେଇ ପ୍ରଚାର, ପ୍ରସାର ଯୋଗୁଁ ମନ୍ଦିର ରୁ ଦେବୀ ବରୁଆ ଭାବେ ଯାଇ ଥାନାରେ ପହଞ୍ଚିବା ଓ ସେଠି ସର୍ବ ସମ୍ମୁଖ ରେ ଛେଳି ବଳି ଦିଆଯାଉଥିଲା । ହେଲେ ଉକ୍ତ ଅନୁଷ୍ଠାନ ପକ୍ଷରୁ ଏହାର ବିରୋଧ ଯୋଗୁଁ ବନ୍ଦ ହେବା ସହ ସହରାଞ୍ଚଳ ର ଲୋକେ ପୂର୍ବଭଳି ବଳି ଦେଉନାହାନ୍ତି । ହେଲେ ଆଖ, ପାଖ ଅଞ୍ଚଳରୁ ଲୋକେ ବିପୁଳ ସଂଖ୍ୟାରେ ଏ ନେଇ ସରକାରୀ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ ହେବା ସତ୍ତ୍ବେ ପ୍ରଶାସନ ବଳି ବନ୍ଦ କରିବା ରେ ବିଫଳ ରହିଛି ।

ଚଳିତ ବର୍ଷ ଅନୁରୂପ ଭାବେ ହଜାର,ହଜାର ସଂଖ୍ୟାରେ ବଳି ନାଁ ରେ ଜୀବହତ୍ୟା କରାଯାଇଥିବା ନେଇ ଉକ୍ତ ଜୀବେଦୟା ଅନୁଷ୍ଠାନ ପକ୍ଷରୁ ଏହାର ନିନ୍ଦା କରିବା ସହ ପ୍ରଶାସନ ର ସହଜୋଗ ରେ ଏହା ସମ୍ପୂର୍ଣ ବନ୍ଦ କରିବା ଅନୁଷ୍ଠାନ ସଭାପତି ଶ୍ରୀକାନ୍ତ ସାହୁ ପ୍ରକାଶ କରିଛନ୍ତି । ଏହି କୁସଂସ୍କାର ବନ୍ଦ କରିବା ଓ ବର୍ତ୍ତମାନ୍ ଯୁଗ ରେ ଏହା ନିନ୍ଦନୀୟ ଓ କିଛି ଖଳ ପ୍ରକୃତି ର ଲୋକେ ପ୍ରୋତ୍ସାହନ ଦେବା ତଥା ତାଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ବରିଷ୍ଠ ଆଇନ୍ ଜୀବି ପ୍ରଦିପ ମହାପାତ୍ର ପ୍ରକାଶ କରିଛନ୍ତି । ଲୋକେ ମାନସିକ ପୂରଣ କରିବା ପାଇଁ ବଳି ଦେବା ଓ ନ ଦେଲେ ଘର ର ଜଣ ଙ୍କ ମୃତ୍ୟୁ ଘଟିଥିବା ଭଳି ଅନ୍ଧ ବିଶ୍ବାସ ରହିଛି । ପୂର୍ବେ ସତିଦାହା ପ୍ରଥା ଭଳି ଏ ପରମ୍ପରା ଯଥା ଶୀଘ୍ର ବନ୍ଦ କରିବା ପାଇଁ ବିଭିନ୍ନ ମହଲରୁ ଦୃଢ଼ ଦାବି ହେଉଛି ।