ବାଣପୁର ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

0
43
ବାଣପୁର ବ୍ଲକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୩୦/୧୦) : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ବାଣପୁର ବ୍ଲକ ନିକଟସ୍ଥ ପଲଟନ ପଡିଆ ନିକଟରେ ରହୁଥିବା ଭଡ଼ା ଘରେ କନିଷ୍ଠ ଯନ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ଏନେଇ ବାଣପୁର ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ଆଜକୁ ୨ ବର୍ଷ ଧରି ବାଣପୁର ବ୍ଲକରେ ସେ କାର୍ଯ୍ୟ କରୁଥିଲେ । ସୂଚନା ମୁତାବକ ତପନ କୁମାର ନାୟକ ଙ୍କର ନିଜ ଘର ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଗ୍ରାମରେ । ଆଜି ଭଡ଼ାଘର ବାଣପୁରରେ ଘରେ କେହି ନଥିବା ବେଳେ ବେକରେ ଲୁଗା ଲଗାଇ ଝୁଲି ପଡ଼ିଥିଲେ କନିଷ୍ଠ ଯନ୍ତ୍ରୀ ।

କନିଷ୍ଠ ଯନ୍ତ୍ରୀଙ୍କ ଧର୍ମପତ୍ନୀ ଘରକୁ ଫେରି କବାଟ ଖୋଲିବା ପାଇଁ ଚେଷ୍ଟା କରିଥିଲେ ମାତ୍ର କେହି କବାଟ କେହି ଖୋଲି ନଥିଲେ । ଏଥିରେ ତାଙ୍କର ସନ୍ଦେହ ହେବାରୁ କବାଟ ଭଙ୍ଗା ଯାଇଥିଲା ଏବଂ ସ୍ୱାମୀ ତପନ କୁମାର ନାୟକ ଘର ପଙ୍ଖାରେ ଝୁଲୁ ଥିବାର ପତ୍ନୀ ଦେଖିବାକୁ ପାଇଥିଲେ । କାହିଁକି କନିଷ୍ଠ ଯନ୍ତ୍ରୀ ଆତ୍ମହତ୍ୟା କରିଛନ୍ତି ? ଏହା ପଛରେ କ’ଣ ରହିଛି ଉଦ୍ଦେଶ୍ୟ ? ଆତ୍ମହତ୍ୟାର କାରଣ ଖୋଜୁଛି ବାଣପୁର ଥାନା ପୋଲିସ ।