ସମ୍ଭାବ୍ୟ ମରୁଡି ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମୀକ୍ଷା

0
45
ସମ୍ଭାବ୍ୟ ମରୁଡି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୧/୧୦) : କାଶୀନଗର ବ୍ଲକ ରେ ଗତ ୧୫ ଦିନ ହେଲା ବର୍ଷା ହୋଇନାହିଁ, ଯାହାଫଳରେ ଏକ ସମ୍ଭାବ୍ୟ ମରୁଡି ର ସମ୍ମୁଖୀନ ହେବେ ଚାଷୀକୁଳ ।

ଗତ ଦୁଇଦିନ ହେବ କାଶୀନଗର ଅଞ୍ଚଳରେ କାର୍ଯ୍ୟକରି ହୋଇଥିବା ମେଗା ଲିଫ୍ଟ ଚାଷୀଙ୍କ ସ୍ୱାର୍ଥରେ ଆସୁ ନ ଥିବା ଅଭିଯୋଗ ହେବା ପରେ ନିଜେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ ନିଜେ ମେଗା ଲିଫ୍ଟ ପୋଇଁଟ ରେ ପହଞ୍ଚି ସମୀକ୍ଷା କରିବା ଶାହ ନିର୍ବାହୀ ଯନ୍ତ୍ରୀ ଙ୍କ ସହ କଥାବାର୍ତା କରିବା ପରେ ସନ୍ଧ୍ୟାରେ ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟରେ କୃଷି, ରାଜସ୍ବ, ମେଗା ପ୍ରକଳ୍ପ, ଓ ପୋଲିସଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଆସନ୍ତା ଦିନରେ ଫସଲ କଟା ରିପୋର୍ଟ, ଓ ବର୍ତ୍ତମାନ ଉପୁଜିଥିବା ଜଳ ସଙ୍କଟ ଓ ତାହାର ତୁରନ୍ତ ମତାମତି କରି ଚାଷୀଙ୍କୁ ଜଳ ଯୋଗାଇବା ପାଇଁ ଯୁଦ୍ଧ କାଳୀନ ଭିତିରେ କରିବାକୁ ନିର୍ଣ୍ଣୟ କରାଗଲା । କାଶୀନଗର ତଟ ଦେଇ ବଂଶଧରା ବୋହି ଯାଉଥିଲେ ମଧ୍ୟ ଏହାର ସାଡ଼ୁଉପଯୋଗ ହୋଇପାରୁନାହିଁ, ଏଣୁ ମେଗା ଐକାଟ ଅଞ୍ଚଳରେ କେନାଲ ନିର୍ମାଣ କରି ଜଳ ସେଚନ ବ୍ୟବସ୍ଥା କଲେ ଚାଷୀ ଉପକୃତ ହେବେ, ଏହି ସମୀକ୍ଷା ବୈଠକ ରେ ତହସିଲଦାର, ଆଇଆଇସି, କୃଷି ଅଧିକାରୀ ଓ ସମସ୍ତ ରାଜସ୍ବ ନିରୀକ୍ଷକ ଉପସ୍ଥିତ ଥିଲେ ।