ହରଗୌରୀ ଯାତ୍ରାର ଚତୁର୍ଥ ଦିନରେ, ହରଗୌରୀଙ୍କ ଯୁଗଳ ଦର୍ଶନ

0
56
ହରଗୌରୀ ଯାତ୍ରାର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୧୦) : ସୁବର୍ଣ୍ଣପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା ପାଇଁ ସମଗ୍ର ସୁବର୍ଣ୍ଣପୁର ସହର ଏବେ ଚଳଚଞ୍ଚଳ ହୋଇପଡିଛି ।

ପରମ୍ପରା ଅନୁଯାୟୀ ପ୍ରଥମେ ଗୌରୀ ଓ ହରଙ୍କୁ ଆବାହନ କରି ଢେରାପଡା ସ୍ଥିତ ପୂଜା ମଣ୍ଡପ ରେ ସ୍ଥାପନ କରାଯିବା ପରେ‌ ତେଲୁଗୁ ରୀତିନୀତି ଅନୁଯାୟୀ ଶିବ ସହସ୍ରନାମ ଓ ଷୋଡ଼ଶ ଉପଚାରରେ ପୂଜା, ରୁଦ୍ରାଭିଷେକ ପ୍ରଭୃତି ଚାଲୁରହିଛି । ଶ୍ରଦ୍ଧାଳୁ ହରଗୌରୀ ଙ୍କ ଯୁଗଳ ଦର୍ଶନ କରିବା ସହ ପଡାର ସ୍ଥାନେ ସ୍ଥାନେ ସଜ୍ଜିତ ହୋଇଥିବା ମେଢ, ଖାଦ୍ୟ ଷ୍ଟଲ, ଇଲେକ୍ଟ୍ରି ସାଜସଜ୍ଜା ଦେଖିବାର ଖୁବ ମଜା ନେଉଛନ୍ତି । ପଡାର ସମସ୍ତ ଘରୁ ଆଜି ହରଗୌରୀ ଙ୍କୁ ମୁଗବରା ଭୋଗ ଲଗାଯାଇଛି । ଆଜିଠାରୁ ସାଂସ୍କୃତିକ ଆରମ୍ଭ ମଧ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମଦିନ ବଲାଙ୍ଗୀର ପଞ୍ଚମ ଓ ସୋନପୁର ର ପଏଁରୀ ଅନୁଷ୍ଠାନ ଦ୍ଵାରା ସମ୍ବଲପୁରୀ ଲୋକନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଛି ।