ଅଲିଭ୍‌ ରିଡଲେଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ: ବିଭିନ୍ନ ମୁହାଣରେ ଆଜିଠୁ ଲାଗିଲା କଟକଣା

1
48
ଅଲିଭ୍‌ ରିଡଲେଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୧/୧୧) : ଅଲିଭ୍‌ ରିଡଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ନଭେମ୍ବର ୧ରୁ ମେ’୩୧ ତାରିଖ ଯାଏ ବିଭିନ୍ନ ମୁହାଣରେ ମାଛଧରା ଉପରେ କଟକଣା ଜାରି କରାଯାଇଛି ।

ଏହି ନିୟମ ଭାଙ୍ଗିଲେ ଜେଲ ଓ ଜରିମାନା କରାଯିବ ବୋଲି ନୋଟିସ ଜାରି କରାଯାଇଛି । ପ୍ରତିବର୍ଷ ଦେବୀ ମୁହାଣ, ଧାମରା ଓ ଋଷିକୁଲ୍ୟା ମୁହାଣରେ କଇଁଛମାନେ ଅଣ୍ଡା ଦେବାକୁ ଆସିଥାନ୍ତି । କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏଥିସହିତ ଏହି ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାଶିରେ ଦୁଇଟି ଅଫିସର କ୍ୟାମ୍ପ କରାଯାଇଛି । ନଭେମ୍ୱର ପ୍ରଥମ ସପ୍ତାହ ସୁଦ୍ଧା ସାତଭାୟା, ଜଉଦିଆ, ଦୋବନ୍ଧି, ଶାସନପେଟା, ତାଲଙ୍ଗ ଓ ଜଟାଧାର ଆଦି ୧୪ ଟି ସ୍ଥାନରେ ଟ୍ରଟଲ୍ ପ୍ରୋଟେକ୍ସନ୍ କ୍ୟମ୍ପ କରାଯିବ । ଅଫିସର କ୍ୟାମ୍ପରେ ୫ ଜଣ ଲେଖାଏଁ କର୍ମଚାରୀ ଓ ଅନ୍ୟ ୧୪ଟି ଟ୍ରଟଲ ପ୍ରୋଟେକ୍ସନ କ୍ୟାମ୍ପରେ ୩ ଜଣ ଲେଖାଏଁ କର୍ମଚାରୀଙ୍କୁ ନିୟୋଜିତ କରାଯିବ ।

ଏହାସହ ବାବୁବାଲି ଓ ଶାସନପେଟାରେ ଗୋଟିଏ ସେକ୍ସନ‌ ଲେଖାଏ ଫୋର୍ସ ମୃତୟନ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଲିଭ୍‌ ରିଡଲେ କଇଁଛଙ୍କୁ ଜଳଦସ୍ୟୁ ଓ ମାଛ ମାଫିଆଙ୍କ କବଳରୁ ରକ୍ଷା କରିବା ଓ ବେଆଇନ‌ ଟ୍ରଲର ଚଳାଚଳ ଉପରେ ଅଙ୍କୁଶ ରଖିବା ପାଇଁ ବନବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ‌ ପୁଲିସ‌ ଓ ମତ୍ସ୍ୟବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

1 COMMENT

Comments are closed.