୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

0
38
୧୫ ହଜାର ଟଙ୍କା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୦୩/୧୧) : ଭିଜିଲାନ୍ସ ଜାଲରେ ମୋଟୁ RI ସୁରଜ କୁମାର ବାଲା । ମାଲକାନଗିରି ଜିଲ୍ଲା ମୋଟୁ ରାଜସ୍ବ ନିରୀକ୍ଷକ (ଆରଆଇ) ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।

ସେ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ମାଡି ବସିଛନ୍ତି । ଅଭିଯୁକ୍ତ ଆରଆଇ ହେଲେ ସୁରଜ କୁମାର ବାଲା । ସୂଚନା ଅନୁସାରେ, ମୋଟୁ ଆରଆଇ ସୁରଜ କୁମାର ବାଲା ଏକ ଜମି ଜବରଦଖଲ ମାମଲାର ସମାଧାନ ପାଇଁ ଅଭିଯୋଗକାରୀ ଘନଶ୍ୟାମ ମହନ୍ତିଙ୍କୁ ୨୫ ହଜାର ଟଙ୍କା ମାଗିଥିଲେ । ଆରଆଇ ଶ୍ରୀ ବାଲା ପୂର୍ବରୁ ୧୦ ହଜାର ଟଙ୍କା ନେଇସାରିଥିବା ବେଳେ ଆଜି ବାକି ୧୫ ହଜାର ଟଙ୍କା ନେଉଥିଲେ। ତେବେ ସେ ଲାଞ୍ଚ ଗ୍ରହଣ କରିବାର ଅଳ୍ପ ସମୟରେ ପରେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପୂର୍ବ ଯୋଜନା ଅନୁସାରେ ଅତର୍କିତ ଚଢ଼ଉ କରିଥିଲେ । ଘଟଣାସ୍ଥଳରୁ ନଗଦ ୧୫ ହଜାର ଟଙ୍କା ଜବତ ହୋଇଥ୍‌ଲା । ଭିଜିଲାନ୍ସ ଟିମ୍ ଆରଆଇ ଶ୍ରୀ ବାଲାଙ୍କ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୪୫ ଗ୍ରାମରେ ଥିବା ଘରେ ମଧ୍ୟ ଚଢ଼ଉ କରାଯାଉଥିବା ସୂଚନା ମିଳିଛି ।