ରାଜ୍ୟ ସରକାରଙ୍କ ଦୁର୍ନୀତି,ଭ୍ରଷ୍ଟାଚାର, ବ୍ୟଭିଚାର ବିରୋଦ୍ଧରେ ବିଜେପିବ୍ଲକ ଘେରାଓ

0
49
ରାଜ୍ୟ ସରକାରଙ୍କ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୦/୧୧) : ମୁରିବାହାଲ ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ସୋମବାର ଦିନ ଦୁର୍ଗା ମଣ୍ଡପ ଠାରୁ ଏକ ରେଲି କରି ବ୍ଲକ ସମ୍ମୁଖରେ ପହଞ୍ଚି ଏକ ସଭା ଅନୁଷ୍ଠିତ ହୋଇଥିଲା ।Whatsapp Image 2023 11 20 At 20.34.54

ଏହି ସଭାରେ ମୁଖ୍ୟ ଅତିଥି ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ସମ୍ମାନିତ ଅତିଥି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା, ୩ଟି ଜୋନ ସଭାପତି ସୁରେଶ ଭୋଇ, ସଭାପତି ଈଶ୍ୱର ପୁଟେଲ, ମହେନ୍ଦ୍ର ଟାହାଣି,୩ ଟି ଜୋନ ସାଧାରଣ ସମ୍ପାଦକ ସୁବାଷ ପୋଢ଼, ପ୍ରଦୀପ ବଚ୍ଛା, ପଦ୍ମଲୋଚନ ସାହୁ, ରାମୁ କୁମ୍ଭାର, କବଲ୍ୟ ବେହେରା, ସଭାନେତ୍ରୀ ରମ୍ଭା ପାଣିଗ୍ରାହୀ, ବଙ୍ଗୋମୁଣ୍ଡା ବ୍ଲକ ରୁ ଆସିଥିବା ନିମନ୍ତ୍ରଣ ଅତିଥି ମୁନିରାମ ନାଗ, କ୍ଷୀରସିନ୍ଧୁ ବଚ୍ଛା ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଦୁର୍ନୀତି,ଭ୍ରଷ୍ଟାଚାର,ବ୍ୟଭିଚାର ବିରୋଦ୍ଧରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବ୍ଲକ ଘେରାଓ କରିବା ସହିତ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ମୁରିବାହାଲ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କ ଜରିଆରେ ୫ ଦଫା ଦାବିପତ୍ର ପ୍ରଦାନ କରିଥିଲେ ।

ନିମ୍ନ ଦାବି ଗୁଡିକ ହେଲା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତି ସାଙ୍ଘାତିକ ସ୍ଥିତି ରେ ପହଞ୍ଚି ଯାଇଛି, ଦିନ ଦ୍ୱିପ୍ରହର ରେ ଡକାଇତି, ଲୁଟ ତରାଜ, ରାହାଜନୀ ଏକ ସାଧାରଣ ଘଟଣା ହୋଇଯାଇଛି, ମହିଳାଙ୍କ ସୁରକ୍ଷା ବିପନ୍ନ ଏଭଳି ଏକ ଅସହାୟ ଓ ଅପାରଗ ସରକାର କୁ ତୁରନ୍ତ ବରଖାସ୍ତ କରାଯାଉ । ରାଜ୍ୟରେ ଏଭଳି ଗୋଟିଏ ବି କାର୍ଯ୍ୟାଳୟ ନାହିଁ ଯେଉଁଠି ବିନା ଲାଞ୍ଚ ରେ କାର୍ଯ୍ୟ ସମ୍ପାଦନ ହେବ, ରାଜ୍ୟ ସରକାର ପି ସି କରବାର କୁ ସରକାରୀ ମାନ୍ୟତା ଦେଇ ସାରିଛନ୍ତି ତେଣୁ ଏଭଳି ରାଜ୍ୟ ସରକାରକୁ ତୁରନ୍ତ ବରଖାସ୍ତ କରିବାର ନିତାନ୍ତ ଆବଶ୍ୟକ । ରାଜ୍ୟ ସରକାର ମୋ ଓଡିଶା ନବୀନ ଓଡିଶା ନାମ ରେ ଯୋଜନା କରି ହଜାର ହଜାର କୋଟି ଟଙ୍କା ବିନା ଗ୍ରାମ ସଭା, ବିନା ପଲ୍ଲୀ ସଭା ଏପରି କି ସରପଞ୍ଚ, ସମିତି ସଭ୍ୟ, ଗ୍ରାମପଞ୍ଚାୟତ ମାନଙ୍କ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଉପେକ୍ଷା କାରି ନିଜ ଦଳର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ବାଣ୍ଟି ଦେଇ ଜନସାଧାରଣଙ୍କ ଟିକସ ପଇସାକୁ ନିଜ ଦଳୀୟ ପାଣ୍ଠି ପରି ବ୍ୟବହାର କରିବାକୁ ଯୋଜନା କରିଛନ୍ତି, ଯାହାକୁ ଆମେ ତୀବ୍ର ବିରୋଧ କରୁଛୁ, ଏହି ଯୋଜନାକୁ ଗ୍ରାମପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ତଥା ଗ୍ରାମବାସୀ ଙ୍କ ସହମତି ରେ କରାଯିବାକୁ ଦାବି କରୁଛୁ ।

ମୁରିବାହାଲ ବ୍ଲକରେ ଆଜି ବି ହଜାର ହଜାର ଗରିବ ଖଟିଖିଆ, ମୁଲିଆ ତଥା ଆଦିବାସୀ, ହରିଜନ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ରାଜ୍ୟସରକାର ଙ୍କ ଗରିବ ମରଣ ନୀତି ଯୋଗୁ ବଞ୍ଚିତ ହୋଇ ରହିଯାଇଛନ୍ତି, ଏଭଳି ଲୋକଙ୍କ ଚି଼ହ୍ନଟ କରି ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯାଉ । ମୁରିବାହାଲ ବ୍ଲକ ର ବହୁତ ଗରିବ ଶ୍ରେଣୀ ର ଲୋକ ଖାଦ୍ୟ ସୁରକ୍ଷା ଯୋଜନାରୁ ଆଜିବି ବଞ୍ଚିତ ଅଛନ୍ତି ତାଙ୍କୁ ଚି଼ହ୍ନଟ କରି ତାଙ୍କୁ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ ସାମିଲ କରି ତାଙ୍କୁ ରାସନ କାର୍ଡ ପ୍ରଦାନ କରାଯାଉ ।
ସଭା ପରିଚାଳନା ସାଧାରଣ ସମ୍ପାଦକ ନାରାୟଣ ସାହୁ କରିଥିଲେ ।

ଏହି ଦାବିପତ୍ର ଦେବା ସମୟରେ ଗିରିଧାରୀ କମ୍ପ, ହରେକୃଷ୍ଣ ସାହୁ,ଟଙ୍କଧର ହଂସ, ସରୋଜ କୁମାର ବାଗ, ଗୁପ୍ତେଶ୍ୱର ମେହେର, ଅମିତ ରଣା, ଲୋଚନ ତାଣ୍ଡି, ଚନ୍ଦ୍ର ହାସ୍ୟ ବାଗ, ଗୀତାଞ୍ଜଳି ସେଲମା, ଧୀର ସେଲମା, ଲକ୍ଷ୍ମୀ ସେଲମା, ଚନ୍ଦ୍ରଶେଖର ବାଗ, ବିଜୟନନ୍ଦ ମହାକୁର ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।