ପାଇଖାନାରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା

0
43
ପାଇଖାନାରୁ ଉଦ୍ଧାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୧୧/୧୧) : ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ । ଡାକ୍ତରଖାନା ପାଇଖାନାରୁ ନବ ଜାତ ଶିଶୁ ଉଦ୍ଧାର ହୋଇଛି । ଏଭଳି ଘଟଣା ଘଟିଛି ନାରାୟଣପାଟଣାରେ ।

ନବଜାତ ଶିଶୁକୁ ପରିତ୍ୟକ୍ତ ସ୍ଥାନରେ ଛାଡ଼ି ମା’ ଫେରାର ହୋଇ ଯାଇଥିବା ଜଣାପଡିଛି । ଶିଶୁ ଟିର କାନ୍ଦ ଶୁଣି ପାଇଖାନାରୁ ଲାଟିନରୁ ଉଦ୍ଧାର କରି ମାନବିକତାର ପରିଚୟ ଦେଲେ କୋରାପୁଟ ନାରାୟଣପାଟଣା ନିକଟ ଗାରିଆଘାଟ ସାହିର ଧନେଶ୍ଵର ଗରଡ଼ା ଓ ତାଙ୍କ ଧର୍ମ ପତ୍ନୀ ଦସମା ଗରଡ଼ା । ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ଘରକୁ ନେଇ ତାର ଚିକିତ୍ସା କରିଛନ୍ତି । ଦମ୍ପତି ଜଣକ କହିଛନ୍ତି ଆମେ ଏହି ଝିଅଟିକୁ ଆମ ପାଖେ ରଖିବୁ । ତେବେ ତାଙ୍କ ଏହି କାର୍ଯ୍ୟକୁ ସବୁ ଆଡ଼େ ଓ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଅନ୍ୟପଟେ କିଏ ଓ କାହିଁକି ଏମିତି କାର୍ଯ୍ୟ କଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।