ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

0
55
ଜି ଆଇ ଇ ଟି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୪/୧୧) : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସ୍ବେଚ୍ଛାକୃତ ଆନ୍ତ ରାଜ୍ୟ ମେଗା ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 11 14 At 17.54.59

ଏହି ଶିବିରରେ ମୋଟ ୬୬୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ଗୁଣୁପୁର ଉପ ଜିଲ୍ଲାପାଳ ଲଲିତ କୁମାର କୁଆଁର ଯୋଗ ଦେଇ ଶିବିରର ଶୁଭ ଉଦଘାଟନ କରି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହିଭଳି ମାନବ ସେବା କାର୍ଯ୍ୟକୁ ଭୁୟସା ପ୍ରଶଂସା କରିଥିଲେ । ବିଶ୍ୱବିଦ୍ୟାଳୟର ସଭାପତି ଡ. ସତ୍ୟ ପ୍ରକାଶ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି ରାୟଗଡା ଜିଲ୍ଲା ଗୁଣୁପୁର ରକ୍ତ ଭଣ୍ଡାର ସହ ଗଜପତି, ଗଞ୍ଜାମ ଓ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ରେଡକ୍ରସ ରକ୍ତ ଭଣ୍ଡାରକୁ ରକ୍ତ ପ୍ରେରିତ କରି ରକ୍ତ ହୀନତା ରୋଗୀ ମାନଙ୍କୁ ଜୀବନ ଦାନ କରୁଥିବାରୁ ସମସ୍ତ ରକ୍ତଦାତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି ଅବସରରେ ବିଶ୍ଵ ବିଦ୍ୟାଳୟର କୁଳପତି ଡ ଏ ଭି ଏନ ଏଲ ଶର୍ମା,ରେଜିଷ୍ଟ୍ରାର ଡ଼ଃ ଏନ . ଭି. ଜଗନ୍ନାଧା ରାଓ, ସ୍କୁଲ ଅଫ ମ୍ୟାନେଜମେଣ୍ଟର ବିଭାଗୀୟ ମୂଖ୍ୟ ଡ ସୌମେନ୍ଦ୍ର ଦାସ, ଡିନ ଷ୍ଟୁଡେଣ୍ଟ୍ ଆଫେଆର୍ସ ରଞ୍ଜିତ ପାଣିଗ୍ରାହୀ, ପରୀକ୍ଷା ନିୟନ୍ତ୍ରକ ଡ ପି. ବିଜୟ କୁମାର ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରକୁ ଜାତୀୟ ସେବା ଯୋଜନାର ଆବାହକ ତଥା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନଶୁ ଶେଖର ରଥ, ଘାନିଷ୍ଟା ପୃଷ୍ଟି, ବର୍ଷା ମିଶ୍ର, ପ୍ରମୋଦ ରଞ୍ଜନ ପଣ୍ଡା, ବାଣୀ ପ୍ରସାଦ ନାୟକ, ଗୋପାଳ କୃଷ୍ଣ ମହାନ୍ତି, କ୍ରୀଡା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା, କୃଷ୍ଣ ପ୍ରସାଦ ଦାସ, ଜସିଲ ପଟ୍ଟନାୟକ, ପିଣ୍ଟୁ ବେବର୍ତା ପ୍ରମୁଖ ଶିବରକୁ ପରିଚାଳନା କରିଥିଲେ ।

ଵ୍ରହ୍ମପୁର ରକ୍ତ ଭଣ୍ଡାରର ଡାକ୍ତର ଚିନ୍ମୟ ରଞ୍ଜନ ସ୍ବାଇଁ, ଟେକ୍ନିସୀୟାନ ଗୋପାଳ କୃଷ୍ଣ ପଣ୍ଡା, ସୁଶାନ୍ତ କୁମାର ପାଣିଗ୍ରାହୀ ଓ ଚିନ୍ମୟ ବେହେରା ୩୨୭ ୟୁନିଟ, ଗୁଣୁପୁର ରକ୍ତ ଭଣ୍ଡାରର ଡ଼ାକ୍ଟର ସୁଜାତା ଦେବୀ ଟେକ୍ନିସୀୟାନ ସୁରୁଚି ପାତ୍ର, ରାକେଶ କୁମାର ପଣ୍ଡା ୯୦ ୟୁନିଟ ଏବଂ ପାରଳାଖେମୁଣ୍ଡି ରକ୍ତଭଣ୍ଡାରର ଡାକ୍ତର ଏନ. ରାକେଶ କୁମାର, ଟେକ୍ନିସୀୟାନ ଖଗେଶ୍ୱର ବେହେରା,ଏ କୁସୁମ, ବି ବାବୁଲା ୧୦୦ ୟୁନିଟ ଏବଂ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ରେଡକ୍ରସ ରକ୍ତ ଭଣ୍ଡାରର ଡାକ୍ତର ବି ଏନ ଭି.ଡି. ଏସ. ପାତ୍ର, ପି . ଚୈତନ୍ୟ କୁମାର, କେ.ସତ୍ୟନାରାୟଣ ରାଓ, ଟେକ୍ନିସୀୟାନ ପି.ଭାସୁ ନାଇଡ଼ୁ ଏବଂ ହେଚ ଡି ଏଫ୍ ସି ବ୍ୟାଙ୍କ୍ ଶ୍ରୀକାକୁଲମ କ୍ଲଷ୍ଟର୍ ମୁଖ୍ୟ ଏନ.ଏସ ଏନ.ପ୍ରସାଦ ପ୍ରମୁଖ ଯୋଗଦେଇ ୧୫୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗ ଦେଇ ଉତ୍ସାହର ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ଏହି ଅବସରରେ ରକ୍ତଦାତାଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା ।