ବିର୍ସାମୁଣ୍ଡାଙ୍କ ୧୪୮ ତମ ଜନ୍ମ ଦିବସ ପାଳିତ

0
53
ବିର୍ସାମୁଣ୍ଡାଙ୍କ ୧୪୮

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୫/୧୧) : ଆଜି ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM) ତରଫରୁ ରାମନାଗୁଡା ବ୍ଲକ ତାମିଲିଗୁଡା , ଗୁଣପୁର ବ୍ଲକର ଲୁଗୁଂରୁତାଲ, ମେଟାକର୍ଣ୍ଣଗୁଡା ଗାଁ ଠାରେ ବିର୍ସାମୁଣ୍ଡାଙ୍କ ୧୪୮ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।Whatsapp Image 2023 11 15 At 10.53.31

ଇଂରେଜ ସରକାର ୧୮୮୨ ମସିହାରେ ଆଦିବାସୀ ମାନଙ୍କ ଜମି, ଜଳ, ଜଙ୍ଗଲକୁ ଲୁଟ୍ କରିବା, ଚାଷ ଜମିକୁ ସୁରକ୍ଷା ପାଇଁ ଜମିଦାର ନିଯୁକ୍ତି କରିବା , ବିର୍ସାମୁଣ୍ଡା ଆଦିବାସୀ ମାନଙ୍କ ଜମି ର ସୁରକ୍ଷା ପାଇଁ ଇଂରେଜ ସରକାର ବିରୁଦ୍ଧରେ ଲଡିବା, ଇଂରେଜ ସରକାର ୪୬୦ ମୁଣ୍ଡା ଜାତିର ଲୋକମାନଙ୍କୁ ଗିରଫ କରି ବିର୍ସାମୁଣ୍ଡାଙ୍କୁ ରାଞ୍ଚି ଜେଲରେ ହତ୍ୟା କରିବା, ଜମି, ଜଳ, ଜଙ୍ଗଲ ଖଣିଜ ସମ୍ପଦକୁ କର୍ପୋରେଟ ହାତରେ ଟେକି ଦେବା, ଆଦିବାସୀ ମାନଙ୍କ ଦଖଲରେ ଥିବା ଜମି ଗୁଡ଼ିକ ଆନ୍ଧ୍ରପ୍ରଦେଶର ଜମି ମାଲିକ ମାନେ ବେଆଇନ ଭାବେ ଠକି ନେବା, କେଦ୍ର ଓ ଓଡିଶା ସରକାର ଆଦିବାସୀଙ୍କ ଜମିକୁ ସାଗ ମାଛ ଦରରେ ବିକ୍ରି କରିବା ଭଳି ଆଇନ୍କୁ ଆଦିବାସୀ ନେତା ତ୍ରିପତି ଗମାଙ୍ଗ ତିବ୍ର ସମାଲୋଚନା କରିଥିଲେ । ଆଜିର ଏହି ସମାରୋହରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ନେତା ତ୍ରିପତି ଗମାଙ୍ଗ ସଭାପତିତ୍ୱ କରିଥିବା ବେଳେ ଅନାସିମ ଶବର, ଡିଜିଏଲ ଗମାଙ୍ଗ, ଦାସୁରୁ ପାତିକା, ମୋଜେସ ବିଡିକା, ଗୋବିନ୍ଦ ପାତିକା, ଛାନ୍ତି ନିମାଲା, ଶୁକୁ ଶବର ପୂର୍ଣ୍ଣ ସହଯୋଗ କରିଥିଲେ ।