ଦେବଗିରି ବାବାଙ୍କୁ ଦୁର୍ବୁତ୍ତଙ୍କ ଆକ୍ରମଣ

0
78
ଦେବଗିରି ବାବାଙ୍କୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୫/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ପୁରାତନ ଦେବଗିରି ଶୈବ ପୀଠ ପାହାଡ଼ ତଳେ କ୍ରାନ୍ତି କାରୀ ଆଶ୍ରମ ବାବା କଲ୍ୟାଣସିଂହପୁର ପୁରୁଣା ବସ ଷ୍ଟାଣ୍ଡ ରେ ଗୋଶାଳା ଡିଜାଇନ କରିବା ପାଇଁ ଯିବା ସମୟରେ ରାସ୍ତା ଉପରେ କିଛି ଯୁବକରାସ୍ତା ମଝିରେ ବସିଥିଲେ ।

ଦେବଗିରି ବାବାଙ୍କୁ ଦୁର୍ବୁତ୍ତଙ୍କ ଆକ୍ରମଣ । ରାସ୍ତା ମଝିରୁ ଉଠି ନ ଥିବାରୁ ବାବା ବାଟ ଦେବା ପାଇଁ କହିଥିଲେ, ପରେ ଯୁବକ ଜଣକ ମୋ ଇଚ୍ଛା କହି ଖରାପ ଭାଷାରେ ଗାଳି ଗୁଳଜ କରିଥିଲେ ପରେ ବାବା ଗାଡିରୁ ଉଳେଇ ଯୁବକୁ ଭୁଝା ଶୁଝା କରି ଗେରେଜ କୁ ଯାଇ କାମ ବିଷୟରେ କଥା ହେବା ସମୟରେ ଯୁବକ ଆସି ଏକ ଲୁହା ରୋଡ଼ ରେ ମୁଣ୍ଡ ଓ ମୁହଁ କୁ ମାରି ପଟେଇ ଦେଇଥିବା ପରେ ବାବା ସ୍ଥାନୀୟ ପୋଲିସ ଏସ ଆଇ ସଞ୍ଜୟ ମୁର୍ମୁ ଙ୍କୁ ଫୋନ କରି ଜଣେଇ ଥିଲେ, ଖବର ପାଇ ସାଙ୍ଗେ ସାଙ୍ଗେ ପୋଲିସ ପହଞ୍ଚି ବାବାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଣା ସମ୍ପର୍କରେ ବାବା ସ୍ବରୂପାନନ୍ଦ ଗିରିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କୌଣସି ଶତ୍ରୁତା ନାହଁ ମଦ ପିଇ ରାସ୍ତା ମଝିରେ ବସି ଥିଲେ । ମୁଁ ରାସ୍ତା ରୁ ଉଠିବା ପାଇଁ କହିଲି ସେ ସାଙ୍ଗେ ସାଙ୍ଗେ ରାଗି ମୋ ଉପରେ ଆକ୍ରମଣ କରୁଥିଲା ତାଙ୍କୁ ତା ସାଙ୍ଗ ମାନେ ବୁଝାସୁଝା କରି ନେଇଗଲେ । ମୋ କାମ କରୁଥିବା ବେଳେ ହଟାତ ଆସି ମୋତେ ରଡ଼ ସହ ଆକ୍ରମଣ କରିଥଲା । ଖବର ବସିବା ପର୍ଯ୍ୟନ୍ତ ବାବା ଥାନା ରେ କୌଣସି ଅଭିଯୋଗ କରି ନଥିବା ସୂଚନା ମିଳିଛି । ଯାହା କି ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।