ଆସନ୍ତା ୨୨ରେ ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ

0
50
ଆସନ୍ତା ୨୨ରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୧୧) : ଆସନ୍ତା ୨୨ରେ ସ୍ଥାନୀୟ ହାଇସ୍କୁଲ ଠାରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ ।

ଏହା ଓଡିଶା ସାରା ଡାଇରେକ୍ଟର ଅଫ ଟେକ୍ନିକାଲ ଶିକ୍ଷା ଓଡିଶା ସରକାର ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଆଦି କନ୍ଦ ଗମାଙ୍ଗ ସୂଚନା ଦେଇଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଜିର ସମାଜ ପାଇଁ କିଭଳି ଓ କାହିଁକି ଦରକାର ସେ ନେଇ ପିଲାଙ୍କୁ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ଉଧେଶ୍ୟରେ ଏହି ପ୍ରଦର୍ଶନୀ ହେବ ।