ଅଧିବାସ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ

0
41
ଅଧିବାସ ଓ ଅଷ୍ଟପ୍ରହରୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୯/୧୧) : ରାୟଗଡା ଜିଲ୍ଲା ଗୁଣୁପୁର ସହରର ଶିବନଗର ଠାରେ ଅଧିବାସ ପୂଜା ଓ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ପ୍ରତିଷ୍ଠା ପୂଜା ଆରମ୍ଭ ହୋଉଛି ।

ଗତ କାଲି ସନ୍ଧ୍ୟାରେ ପବିତ୍ର ବଂଶଧାରା ନଦୀ ରୁ ଅଧିବାଦ ପୂଜା ପାଇଁ ସ୍ୱତନ୍ତ୍ର ପୂଜା ପାଇଁ ଶିବନଗର ର ପୁରୁଷ ଓ ନାରୀ ସଂକୀର୍ତନ ମେଳି ସହ କଳସ ସ୍ଥାପନ କରିଥିଲେ । ଆଜି ବଡିଭୋରରୁ ପ୍ରାୟ ୧୬ଟି କୀର୍ତ୍ତନ ମଣ୍ଡଳୀ ଏହି ନାମ ସଂକୀର୍ତନ କାର୍ଯ୍ୟରେ ଭାଗ ନେବେ । ୨୪ ଘଣ୍ଟା ନାମ ସଂକୀର୍ତନ କରିବେ, ଏହି କାର୍ଯ୍ୟକ୍ରମ ନିମନ୍ତେ ଅକ୍ଷୟ ଶତପଥୀ, କୃଷ୍ଣ ପଣ୍ଡା, ନିରଞ୍ଜନ ପଣ୍ଡା ଆଦି ବହୁ ଉତ୍ସାହି ଯୁବକ ଓ ସାହିର ବିଶିଷ୍ଟ ବ୍ୟକ୍ତି ମାନେ ଏହି ସଂକଳ୍ପ ରେ ସାମିଲ ହୋଇଛନ୍ତି । ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା ହୋଇଥିବା କମିଟି ତରଫରୁ କୁହା ଯାଇଛି । ପବିତ୍ର କାର୍ତିକ ମାସ ହୋଇଥିବାରୁ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିବା ଏହି ନାମ ସଂକୀର୍ତନର ଉଦ୍ଦେଶ୍ୟ ବୋଲି କୁହାଯାଇଛି ।