ଅଟୋରିକ୍ସାକୁ ଧକ୍କା ଦେଲା ଟ୍ରକ: ମହିଳା ମୃତ

0
35
ଅଟୋରିକ୍ସାକୁ ଧକ୍କା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୨୭/୧୧) : ଚାନ୍ଦପୁର ଥାନା ଏରିଆର ୧୬ ନଂ ଜାତୀୟ ରାଜପଥ ଯଥା ଗୌରଚନ୍ଦ୍ରପୁର ଛକ ନିକଟରେ ଘଟିଛି ଏକ ଦୁର୍ଘଟଣା। ଯେଉଁଠାରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।

ଭୁବନେଶ୍ୱରରୁ ବାଣପୁର ଅଭିମୁଖେ ଯାଉଥିବା ଏକ ଅଟୋରିକ୍ସାକୁ ଧକ୍କା ଦେଲା ଏକ ଟ୍ରକ । ଧକ୍କା ପରେ ପଲଟି ମାରିଲା ଅଟୋରିକ୍ସା ଆଉ ଏହି ଅଟୋ ରିକ୍ସାରୁ ଛିଟିକି ପଡିଲେ ମହିଳା ଯାତ୍ରୀ ଜଣଙ୍କ । ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତା ମହିଳା ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ରାଜଲକ୍ଷ୍ମୀ ପଟ୍ଟନାୟକ । ଚାନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।