ପୋଖରୀରେ ବୁଡି ଭାଇଭଉଣୀଙ୍କ ମୃତ୍ୟୁ

0
33
ପୋଖରୀରେ ବୁଡି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୦୩/୧୨) : ପୋଖରୀରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ମାଝିସାହି ଅଞ୍ଚଳରେ ।

ମୃତକ ଦୁଇଜଣ ହେଲେ ସେହି ଗ୍ରାମର ସ୍ବର୍ଗତ ଲବ ମାଝୀଙ୍କ ୬ ବର୍ଷର ଝିଅ ମାହ୍ଲ ମାଝୀ ଏବଂ ୨ ବର୍ଷର ପୁଅ କାର୍ତ୍ତିକ ମାଝୀ । ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ ଖସିଯିବାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଖବର ପାଇ ବାରିପଦା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି । ଦୁଇ ଭାଇଭଉଣୀଙ୍କ ମୃତ୍ୟୁ ଖବରକୁ ନେଇ ପୁରା ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।