ପ୍ରେମରେ ଧୋକା ଖାଇଲେ ନାବାଳିକା, ଗର୍ଭବତୀ ହେବାରୁ ଝୁଲି ପଡ଼ିଲେ

0
64
ପ୍ରେମରେ ଧୋକା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୦୩/୧୨) : ନାବାଳିକାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରେମ ଜାଲରେ ଫସାଇଲେ । ବିବାହ ପାଇଁ କହି ବାରମ୍ବାର ବଳାତ୍କାର କରିବାକୁ ପଛାଇଲେ ନାହିଁ ।

ମାତ୍ର ନାବାଳିକା ଜଣକ ଗର୍ଭବତୀ ହେବାରୁ ଆଉ ଧରାଛୁଆଁ ଦେଲେନି । ଏହାପରେ ଆତ୍ମହତ୍ୟା ପାଇଁ ଉସକାଇବାକୁ ବି ପଛାଇଲେ ନାହିଁ । ନିଜ ପ୍ରେମିକଠୁ ଧୋକା ଖାଇବା ପରେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ନାବାଳିକାଜଣକ ଶେଷରେ ନିଜ ଘରେ ଝୁଲି ପଡ଼ିଲେ । ଏପରି ଏକ ଘଟଣା ମହାରାଷ୍ଟ୍ରର ନଭି ମୁମ୍ବାଇରେ ଘଟିଛି । ଏହି ଘଟଣାରେ ପୁଲିସ୍‌ ୨୩ ବର୍ଷୀୟ ଜଣେ ଯୁବକଙ୍କୁ ଗିରଫ କରିଛି । ଏଥିସହ ତାଙ୍କ ବିରୋଧରେ ପକ୍ସୋ ଆକ୍ଟରେ ମାମଲା ରୁଜ୍ଜୁ ହୋଇଛି ।

ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ୧୭ ବର୍ଷୀୟା ନାବାଳିକା ଝିଅକୁ ଯୁବକଜଣକ ମିଥ୍ୟା ପ୍ରତିଶ୍ରୁତି ଦେଇ ଫୁସଲାଇ ବାରମ୍ବାର ବଳାତ୍କାର କରିଥିଲେ । ଏଥିଯୋଗୁ ଗର୍ଭପତୀ ହେବାରୁ ଝିଅ ଗତ ୨୮ ତାରିଖରେ ଘରେ ନିଜ ଓଢଣୀ ଲଗାଇ ଝୁଲି ପଡ଼ିଥିବା ସେ ଅଭିଯୋଗ କରିଛନ୍ତି । ପୁଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରି ଗତ ଶୁକ୍ରବାର ଅଭିଯୁକ୍ତଙ୍କୁ ବାନ୍ଧିଛି ।