ଘରୁ ଆସି ସ୍କୁଲରେ ଝୁଲି ପଡ଼ିଲେ ପ୍ରଧାନ ଶିକ୍ଷକ

0
39
ଘରୁ ଆସି ସ୍କୁଲରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୧୫/୧୨) : ସବୁ ଦିନ ପରି ଆଗୁଆ ସ୍କୁଲ ଆସିଥିଲେ । ସ୍କୁଲରେ ବୁଲାବୁଲି କରିଥିଲେ। ହେଲେ ଅନ୍ୟମାନେ ଆସିବା ପୂର୍ବରୁ ଅଫିସରେ ରଶି ଲଗାଇ ଝୁଲି ପଡ଼ିଲେ ପ୍ରଧାନଶିକ୍ଷକ ।

ଏପରି ଏକ ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ତୁରୁଡା ଉପ୍ରା ସ୍କୁଲରେ ଘଟିଛି । ମୃତ ପ୍ରଧାନ ଶିକ୍ଷକ ଜଣକ ହେଲେ ହ୍ରୁଷିକେଶ ସାହୁ । ହୃଷିକେଶଙ୍କ ଘର କିଶୋରନଗର ବ୍ଲକ ନତଡ଼ା ଗାଁ’ରେ । ସେ ଦୀର୍ଘ ବର୍ଷ ହେଲା ଉକ୍ତ ବ୍ଲକର ତୁରୁଡା ଉପ୍ରା ସ୍କୁଲରେ ଶିକ୍ଷକତା କରୁଥିଲେ । ସବୁଦିନ ପରି ଆଜି ବି ହୃଷିକେଶ ପୂର୍ବାହ୍ନ ପ୍ରାୟ ୯ଟାରେ ସ୍କୁଲରେ ପହଞ୍ଚିଥିଲେ । ସେତେବେଳେ ଆଉ କେହି ସ୍କୁଲରେ ନ ଥିଲେ ।

ଉକ୍ତ ସମୟରେ ହୃଷିକେଶ କିଛି ସମୟ ସ୍କୁଲରେ ବୁଲାବୁଲି କରିଥିଲେ । ଏହାପରେ ନିଜ ଅଫିସ୍‌ ରୁମ୍‌ରେ ଝୁଲି ପଡ଼ିଥିଲେ । ପୂର୍ବାହ୍ନ ପ୍ରାୟ ୧୦ଟାରେ କିଛି ପିଲା ସ୍କୁଲରେ ପହଞ୍ଚିବା ପରେ ପ୍ରଧାନ ଶିକ୍ଷକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏନେଇ ତୁରନ୍ତ ଖବର ପାଇ ଗ୍ରାମବାସୀ ପହଞ୍ଚି ହୃଷିକେଶଙ୍କୁ ଉଦ୍ଧାର କରି କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହୃଷିକେଶଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନି ।

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ତୁରୁଡା ଉପ୍ରା ସ୍କୁଲର ପ୍ରଧାନ ଶିକ୍ଷକ ହ୍ରୁଷିକେଶ ସାହୁ ରଶି ଲଗାଇ ସ୍କୁଲ ପରିସରରେ ଆତ୍ମହତ୍ଯା କରିଛନ୍ତି । କେଉଁ କାରଣରୁ ଆତ୍ମହତ୍ଯା କଲେ ତାହା ଜଣା ପଡି ନାହିଁ । ଏବେ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ସ୍କୁଲ ଆରମ୍ଭ ପୂର୍ବରୁ ସେ ସ୍କୁଲକୁ ଆସିଥିଲେ ।