ସରସ୍ଵତୀ ଶିଶୁ ମନ୍ଦିରର ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
51
ସରସ୍ଵତୀ ଶିଶୁ ମନ୍ଦିର

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୨/୧୨) : ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ସରସ୍ୱତୀ ଶିଶୁ ମନ୍ଦିର ର ବିଂଶତମ ବାର୍ଷିକ ଉତ୍ସବ ଶିଶୁ ମନ୍ଦିର ପରିସରରେ ଥିବା ଯୋଗେଶ୍ୱର ବିହାରରେ ମହା ଆଡମ୍ବରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 12 22 At 19.46.15

ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀବତ୍ସ ବେହେରା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଭରତ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ଦାସ ସଭା ସଂଯୋଜନା କରିଥିଲେ । ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀବତ୍ସ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି, ଟିଟିଲାଗଡ ସଙ୍କୁଳ ବିଦ୍ୱତ ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ପଣ୍ଡା ମୁଖ୍ୟ ବକ୍ତା, ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ମୁରିବାହାଲ ସରପଞ୍ଚ ବିଶ୍ବବିହାରୀ ଯୋଶୀ, ରାଜ୍ୟସଭା ସାଂସଦ ପ୍ରତିନିଧି ସିଦ୍ଧେଶ୍ୱର ଦାସ, ମୁରିବାହାଲ ମଠାଧିଶ ସାଧୁ ସୁଶୀଲ ଦାସ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।

ପ୍ରଧାନ ଆଚାର୍ଯ୍ୟ ସୁମନାନନ୍ଦ ଖମାରୀ ଶିଶୁ ମନ୍ଦିରର ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ବିଶିଷ୍ଟ କୋଶଲି ଦିବ୍ୟାଙ୍ଗ କବି ମଧୂସୁଦନ ନାଗ, ପୂର୍ବ ପରିଚାଳନା କମିଟି ସମ୍ପାଦକ ଅନୀଲ କୁମାର ଶର୍ମା ଓ ଅଭୟାନନ୍ଦ ଦାସଙ୍କୁ ସ୍ଵତନ୍ତ୍ର ରୂପେ ସମ୍ମାନିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ଛାତ୍ରଛାତ୍ରୀ, ଅଭିଭାବକମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପରିଚାଳନା କମିଟି କୋଷାଧ୍ୟକ୍ଷ ତରୁଣ ପୋଡ଼ ଧନ୍ୟବାଦ ଦେଇଥିଲେ । ପରେ ଶିଶୁ ମନ୍ଦିରର କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ବାରା ଦୀର୍ଘ ସମୟ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।