SHG ମହିଳାଙ୍କ ଠାରୁ ୪ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

0
45
SHG ମହିଳାଙ୍କ ଠାରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୩/୧୨) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସିଆରିମାଳିଆ ଛକ ନିକଟରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଠାରୁ ୪ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୂର୍ବୁତ୍ତ

ଗୋଟିଏ ବାଇକରେ ଆସି ଦୁର୍ବୁତ୍ତମାନେ ଲୁଟି ନେଇଥିବା ଜଣାପଡିଛି । ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ସିଆରିମାଳିଆ ଗାଁ ଶକ୍ତି ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ମୁକ୍ତାପଶି ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ୫ ଲକ୍ଷ ଟଙ୍କା ଉଠାଇ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଘଟିଛି ଅଘଟଣ । ବାଇକରୁ ତେଲ ସରିଯିବା ଯୋଗୁଁ ସିଆରିମାଳିଆ ଛକରେ ତେଲ ପକାଉଥିବା ବେଳେ ଟଙ୍କାକୁ ଲୁଟି ନେଇଥିଲେ ଦୁର୍ବୁତ୍ତ । ତେବେ ଶକ୍ତି ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଲିଲି ପ୍ରଧାନ ଓ ସମ୍ପାଦିକା ସୁମିତ୍ରା ପ୍ରଧାନ ଏବଂ ତାଙ୍କ ସ୍ୱାମୀ ଉପେନ୍ଦ୍ର ପ୍ରଧାନ ଏକ ବାଇକ ଯୋଗେ ବ୍ୟାଙ୍କରୁ ଘରକୁ ଫେରୁଥିଲେ । ଘର ଠାରୁ ମାତ୍ର ଶହେ ମିଟର ଦୂରରେ ଘଟିଛି ଅଘଟଣ। ଖବର ପାଇ କାମାକ୍ଷାନଗର ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ବ୍ୟାଙ୍କ ଶାଖାକୁ ଯିବା ସହିତ ଘଟଣାସ୍ଥଳକୁ ଯାଇ ତନାଘନା ଆରମ୍ଭ କରି ଦେଇଛନ୍ତି ।