ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଉତ୍ସବ ପାଳିତ

0
43
ସରସ୍ଵତୀ ଶିଶୁ ବିଦ୍ୟା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୫/୧୨) : ରାୟଗଡା ଜିଲ୍ଲା ଗୁଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ୨୮ତମ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି ।Whatsapp Image 2023 12 25 At 12.59.32 (1)

ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଶିଶୁ ମନ୍ଦିର ଦ୍ୱାରା ଆପଣାଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥିଭାବେ ପୌର ପରିଷଦର ଅଧ୍ୟକ୍ଷା ମମତା ଗୌଡ ଯୋଗ ଦାନ କରିଥିଲେ ଅନୁଷ୍ଠାନର ଉନ୍ନତି ପାଇଁ ପରିଷଦ ପକ୍ଷରୁ ସମସ୍ତ୍ ସହଯୋଗ କରାଯିବ ବୋଲି କହିଥିଲେ । ଶିଶୁ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ ପୂର୍ବକ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ସମ୍ପାଦକ ସୋମନାଥ ଗୌଡ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଆଚାର୍ଯ୍ୟ ପରିତ୍ରାଣ ମହାପାତ୍ରଙ୍କ ଦ୍ୱାରା ବ୍ୟକ୍ତିଗତ ଗୀତ ଗାନ କରିଥିଲେ l ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ କୋଷାଧ୍ୟକ୍ଷ ମାନନୀୟ ସତ୍ୟ ନାରାୟଣ ପଟ୍ଟନାୟକ ଯୋଗଦେଇ ଭାରତୀୟ ସଂସ୍କୃତି ଆଧାରିତ ଶିକ୍ଷା ବ୍ୟବସ୍ଥାରେ ଶିଶୁ ମନ୍ଦିରର ଅବଦାନ ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ । ସଭାପତି ବି. ଗଜପତି ରାଓ ଆଶୀର୍ବଚନ ପ୍ରଦାନ କରିଥିଲେ । ଏତଦ ବ୍ୟତୀତ ସଂକୁଳ ପ୍ରମୁଖ ଜଗନ୍ନାଥ ପଟ୍ଟନାୟକ, ପୂର୍ବ ତନ ସଂକୁଳ ପ୍ରମୁଖ ତଥା ସମାଜସେବୀ ମନୋରଂଜନ ରଥ, ପୂର୍ବତନ ସଭାପତି ଲଳିତ କୁମାର ବୈଦ୍ୟଭୂଷଣ, ସଦସ୍ୟା ଅମ୍ବିକା ରାଣୀ ମହାପାତ୍ର, କୋଷାଧ୍ୟକ୍ଷ ପି. ଗୋବିନ୍ଦ ରାଓ, ସଦସ୍ୟା ପ୍ରତିଭା ରଥ ଉପସ୍ଥିତ ରହିଥିଲେ l

ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଯୋଗ ଦେଇ ଅନୁଷ୍ଠାନ ରେ ଯୁକ୍ତ ଦୁଇ ଶିକ୍ଷା ପାଠ୍ଯକ୍ରମ ଖୋଲିବା ପାଇଁ ବିଧାୟକ ଙ୍କ ସହଯୋଗ କାମନା କରିବା ସହ ପୌର ପରିଷଦ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି କହିଥିଲେ l ଶିକ୍ଷା ବିକାଶ ସମିତିର ଜିଲ୍ଲା ସହ ପ୍ରମୁଖ କୃଷ୍ଣପ୍ରସାଦ ପାଣିଗ୍ରାହୀ ଉପସ୍ଥିତ ରହି ଥିଲେ । ତତ୍ ପରେ ଶିଶୁ ମାନଙ୍କ ପୁରସ୍କାର ବିତରଣ ହୋଇଥିଲା l ଅନୁଷ୍ଠାନର ଉପସଭାପତି ମୋହନ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟ କ୍ରମର ଶେଷ ଭାଗରେ ନୃତ୍ୟ ବିଚିତ୍ର। ଓ ପୌରାଣିକ ନାଟକ ଶିଶୁ କଳାକାର ମାନଙ୍କ ଦ୍ୱାରା ପରିବେଷଣ ହୋଇ ଥିଲା l ଆଚାର୍ଯ୍ୟ ସଂଯୁକ୍ତା ନାୟକ ଏବଂ ସନ୍ତୋଷୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନ୍ୟ ଆଚାର୍ଯ୍ୟl ଏବଂ ଆଚାର୍ଯ୍ୟ ମାନେ କାର୍ଯ୍ୟକ୍ରମ ପାଳନରେ ସହଯୋଗ କରିଥିଲେ l