ଚଇତିଶ୍ରୀ ସମ୍ମାନ ୨୦୨୩ରେ ସମ୍ମାନିତ ହେଲେ କାଳୀ ରଥ

0
228
3398e7ea 25d6 4187 Aa7c Eaa3db111c80

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡ଼ ଜିଲ୍ଲାର ସବୁଠାରୁ ବଡ଼ ମଞ୍ଚ ଏବଂ ସମ୍ମାନର ମଞ୍ଚ ଚଇତି ମଞ୍ଚ। ଏହି ମଞ୍ଚରେ ରାୟଗଡ଼ ବ୍ରାହ୍ମଣ ସାହିର କାଳୀ ଚରଣ ରଥ ଚଇତି ଶ୍ରୀ ସମ୍ମାନ ୨୦୨୩ରେ ସମ୍ମାନୀତ ହୋଇଛନ୍ତି।58f3fdf6 7339 4828 8eb2 3eaf1c503c11

ପିଲା ବେଳୁ ହିଁ କଳା ପ୍ରତି ଥିବା ପ୍ରବଳ ଆଗ୍ରହ, ଉତ୍ସାହ ଏବଂ ନିଜର ଅକ୍ଲାନ୍ତ ପରିଶ୍ରମ ସେ ଏହି ଜାଗାରେ ପହଁଚିଛି ବୋଲି ଶ୍ରୀ ରଥ ଙ୍କ ମା ଶକୁନ୍ତଳା ରଥ କହିବା ସହ ଆଶିର୍ବାଦ ଦେଇଛନ୍ତି। ଅନ୍ୟ ପଟେ ବଡ ଭାଇ ଗୋବିନ୍ଦ ରଥ ଏବଂ ରାମ ରଥ ବହୁତ୍ ଖୁସୀ ହେବା ସହ ଚଇତି ଶ୍ରୀ ସମ୍ମାନ କାଳୀର ନୁହେଁ ଆମ ପରିବାରକୁ ମିଳିଛି ବୋଲି ବହୁତ ଖୁସୀ ଅନୁଭବ କରୁଛନ୍ତି। ଶ୍ରୀ ରଥ ଙ୍କ ଧର୍ମ ପତ୍ନୀ ଇମାନି ରଥ ଏବଂ ଭଉଣୀ ଜିତେନ୍ଦ୍ରି ରଥ ବହୁତ୍ ଖୁସିରେ ଗଦ ଗଦ ହେବା ସହ ଅଭିବାଦନ ଓ ଶୁଭେଛା ଜଣାଇଛନ୍ତି।5353cb07 1f9a 44f5 A06f 7ee510149677

ବଡ ଭାଇ ଗୋବିନ୍ଦ ରଥଙ୍କ କହିବା ଅନୁଯାୟୀ କାଳୀ ରଥ (କୁନା) ଜଣେ ସରକାରୀ ଚାକିରୀଆ । ନିଜ କାର୍ଯ୍ୟ ବ୍ୟସ୍ତତା ଭିତରେ ଥିଲେ ସୁଦ୍ଧା, ଭଜନ ଜଣାଣ ଗାଇବା, ନାଚ ଗୀତ ଏବଂ ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେବାରେ ତାହାର ପ୍ରବଳ ଆଗ୍ରହ ଦେଖିବାକୁ ମିଳେ ବୋଲି କହିଛନ୍ତି। ଏପରିକି “ଝ୍ଞ୍ଜାବତି କଳା” ସଂଘଠନ ନାମରେ ଏକ ଅନୁଷ୍ଠାନ ଗଢ଼ିଛନ୍ତି। ଯେଉଁଠାରେ ଛୋଟ ଛୋଟ ପୁଅ ଝିଅ ମାନଙ୍କୁ ତବଲା ବଜାଇବା, କେସିଓ ଏବଂ ଆଧୁନିକ ସଙ୍ଗୀତ ଓ ଭୋଜନ ଜଣାଣ ଓ ନୃତ୍ୟ କଳା ର ଶିକ୍ଷା ଦିଆ ଯାଇଥାଏ। ଏହିଭଳି ବ୍ୟକ୍ତିର ବ୍ୟକ୍ତିତ୍ଵ ଦେଖି ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ଅଭିନନ୍ଦନ ଜଣାଇ ପ୍ରସଂଶା କରିବା ସହ ଆମ କାଳୀ (କୁନା) ଏହିଭଳି ଆଗକୁ ଆଗକୁ ବଢ଼ିବା ସହ ସାହିର ଏବଂ ଜିଲ୍ଲାର ସମ୍ମାନ ବଢ଼ାଇବା ରାଜ୍ୟ ସ୍ତରରେ ଏବଂ ଜାତୀୟ ସ୍ତରରେ ମଧ୍ୟ ନିଜର କଳା ପ୍ରଦର୍ଶନ କରିବେ ବୋଲି ଆଶା ବିଶ୍ୱାସ ଓ ଭରସା ରଖିବା ସହ ଆଶିର୍ବାଦ କରିଛନ୍ତି।