ଶ୍ରୀରାମ ଡିଗ୍ରୀ ମହାବିଦ୍ୟାଳୟ ଠାରେ “ନୂଆ-ଓ” କାର୍ଯ୍ୟକ୍ରମ ଉଦଯାପିତ

0
105
549b614b 7865 4dda 816e Eeab3ded95cf

ରିପୋର୍ଟ: ପ୍ରଣତି ସାବତ //
କାଶୀନଗର ୨୯/୧୨ ଗଜପତି ଜିଲ୍ଲା କାଶୀନଗର ସହରରେ ଥିବା ଶ୍ରୀରାମ ଡିଗ୍ରୀ ମହାବିଦ୍ୟାଳୟ ଠାରେ “ନୂଆ-ଓ” କାର୍ଯ୍ୟକ୍ରମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ ରଘୁରାମ ସାହୁ, ବ୍ଲକ୍ ଅଧ୍ୟକ୍ଷା ବି. ସାୟମ୍ମା, ଡମ୍ବସାରା କଲେଜ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା , ଶ୍ରୀରାମ ମହାବିଦ୍ୟାଳୟ ପ୍ରିନ୍ସପାଲ ଡ. ପ୍ରଶାନ୍ତ ବନପାଲି , ଅଧ୍ୟାପକ ସୁରେଶ ବିଷୋୟୀ, ପି ଭେଙ୍କଟ ରାଓ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଦୀର୍ଘ ଦିନ ଧରି ତିନୋଟି ପର୍ଯ୍ୟାୟକୁ ନେଇ ଆରମ୍ଭ ହୋଇଥିଲା। ସାମାଜିକ, ସାଂସ୍କୃତିକ ଓ କ୍ରୀଡା ଏହି ତିନୋଟି କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଓଡ଼ିଶା ସରକାର ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ ।549b614b 7865 4dda 816e Eeab3ded95cf

ଉକ୍ତ କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରଛାତ୍ରୀ ମାନେ ଶିକ୍ଷା ସହ ଅନ୍ୟ କ୍ଷେତ୍ରରେ ଉନ୍ନତ ହେବା ନେଇ ସରକାରଙ୍କ ପ୍ରୟାସ ଜାରି ରହିଛି। ଏଥିରେ ସରକାର କାର୍ଯ୍ୟକ୍ରମ ପାଇଁ ସହାୟତା ରାଶି ପ୍ରଦାନ କରିଥିବା ବେଳେ ସେଥିରୁ ୩୦ଶତକଡା ଅର୍ଥରୁ ସାଂସ୍କୃତିକ, ସାମାଜିକ ଓ କ୍ରୀଡା ପାଇଁ ଆବଶ୍ୟକ ଜିନିଷ ଛାତ୍ରଛାତ୍ରୀଙ୍କୁ କିଣିବା ସହ ଅନ୍ୟାନ କାର୍ଯ୍ୟକ୍ରମ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନାଚ, ଗୀତ ସହ କବାଡି, ଖୋ ଖୋ, କ୍ରିକେଟ, ଭଳିବଳ, ଓ ଏଥଲେଟିକ କ୍ରୀଡ଼ାରେ ଯୋଗ ଦେଇଥିଲେ ଛାତ୍ରଛାତ୍ରୀ । ସେଥିମଧ୍ୟରୁ ପ୍ରଥମ, ଦ୍ଵିତୀୟ , ତୃତୀୟ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ। ଉକ୍ତ ସାଂସ୍କୃତିକ, ସାମାଜିକ ଓ କ୍ରୀଡ଼ାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ “ନୂଆ-ଓ” ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

ସରକାରଙ୍କ ଦ୍ଵାରା ହୋଇଥିବା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ତଥା ଭାଗ ନେଇଥିବା ଛାତ୍ରଛାତ୍ରୀ ମାନେ ବହୁ ଉତ୍ସାହ ଥିବା ସହ ସରକାରଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ କାଶୀନଗର ଏନଏସିର କାଉନସିଲର ମାନେ ପ୍ରମୁଖ ଉପସ୍ଥିତ ହୋଇଥିଲେ।