ସୋନପୁର ଠାରେ ସଡ଼କ ସୁରକ୍ଷା ସପ୍ତାହ ଉଦଯାପିତ

0
37
ସୋନପୁର ଠାରେ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୭/୦୧) : ସୁବର୍ଣ୍ଣପୁର ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପାଳିତ ସଡ଼କ ସୁରକ୍ଷା ସପ୍ତାହ ୨୦୨୪ ପରିବହନ ବିଭାଗ ଅଫିସ୍ ଠାରେ ଉଦଯାପିତ ହୋଇଯାଇଛି l

ଏହି ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ରୂପେ ଜିଲ୍ଲାପାଳ ବିମଳେନ୍ଦୁ ରାୟ, ସମ୍ମାନୀତ ଅତିଥି ରୂପେ ଏଡିଏମ୍ ସୁର୍ଯ୍ୟ ନାରାୟଣ ଦାଶ, ଅତିରିକ୍ତ ଏସପି ହେମନ୍ତ ପାଢ଼ୀ ଏବଂ ଏମ ଭି ଆଇ ବିଶ୍ବ ରଂଜନ ସାହୁ ଯୋଗ ଦେଇ ସଡ଼କ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରି ସଡ଼କ ସୁରକ୍ଷା ନିୟମ ମାନି ନିଜ ର ବହୂ ମୂଲ୍ୟ ଜୀବନ ସହିତ ଅନ୍ୟ ର ଜୀବନ ବଞ୍ଚାଇବାକୁ ସମସ୍ତ ଙ୍କୁ ପରାମର୍ଶ କରିଥିଲେ l ସଭାକୁ କୋଶଳ ହାଇସ୍କୁଲ ଛାତ୍ରୀ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିବା ବେଳେ ମନୋରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ସପ୍ତାହ ବ୍ୟାପୀ ଏହି ଅବସରରେ ଟାଉନ୍ ତଥା ସମସ୍ତ ବ୍ଲକ ମାନଙ୍କର 5T ସ୍କୁଲ ମlନଙ୍କରେ ଭିଡ଼ିଓ ମାଧ୍ୟମ ରେ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମ ରେ ଲୋକ ଙ୍କୁ ସଚେତନ କରାଯାଇଛି l ଟି ଏସ ଆଇ ପୂଜା ଭାଂଗ୍ରl, ଆନନ୍ଦ ମିଶ୍ର, ଚିତ୍ତ ରଂଜନ ଭୋଇ, ହିମାଂଶୁ ସାହୁ, ପୁନମ ପଣ୍ଡା, ଅବିନାଶ ଭୁଏ, ମଳୟ ପାଣିଗ୍ରାହି, ପଞ୍ଚାନନ ଦଳାଇ ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l