ପୁରୁଣା ବସଷ୍ଟାଣ୍ଡ ଦୁର୍ଗା ମନ୍ଦିର ପ୍ରତିଷ୍ଠା ମହୋତ୍ସବ କମିଟି ତରଫରୁ ମହିଷାସୁର ବରଣ ଉତ୍ସବ ଅନୁଷ୍ଠିତ

0
45
ପୁରୁଣା ବସଷ୍ଟାଣ୍ଡ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୭/୦୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁରୁଣା ବସଷ୍ଟାଣ୍ଡରେ ଦୁର୍ଗା ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ବିନିକା ପୁରୁଣା ବସଷ୍ଟାଣ୍ଡ ଦୁର୍ଗାପୂଜା ଦୁର୍ଗା ମନ୍ଦିର ପ୍ରତିଷ୍ଠା ମହୋତ୍ସବ କମିଟି ତରଫରୁ ମହିସାସୁର ବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଚଳିତ ମାସ ୧୬ ତାରିଖ ରୁ ପୂଜା ଆରମ୍ଭ ଓ ୨୫ ତାରିଖ ପର୍ଯ୍ୟନ୍ତ ମହିସାସୁର ଦରବାର ଅନୁଷ୍ଠିତ ହେବ ବୋଲି କମିଟି ସୁଚନା ଦେଇଛନ୍ତି l ମହୋତ୍ସବ କମିଟି ସଭାପତି ସନ୍ତୋଷ କୁମାର ପଣ୍ଡାଙ୍କ ନେତୃତ୍ବରେ କମିଟିର ସମସ୍ତ ସଦସ୍ୟ ଓ ମାନ୍ୟଗନ୍ୟ ବ୍ୟକ୍ତି ଦୁର୍ଗା ମନ୍ଦିର ସମ୍ମୁଖରୁ ଏକ ବାଇକ ଶୋଭାଯାତ୍ରାରେ ବିନିକା ସହର ପରିକ୍ରମା କରି ବିନିକା ବ୍ଳକ ଭଣ୍ଡାର ପଞ୍ଚାୟତ ଅନ୍ତର୍ଡା ଗ୍ରାମରେ ପହଞ୍ଚିଥିଲେ ।

ସେଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ମହିଷାସୁର ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନକୁ ମହୁଥିବା ବିଶିଷ୍ଟ କଳାକାର ଗୋପାଳ ପଣ୍ଡାଙ୍କୁକମିଟି ସଦସ୍ୟ ସୁନିଳ ପାତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ବରଣ କରିଥିଲେ । ଏହି ଉତ୍ସବରେ ସମ୍ପାଦକ ଗର୍ଦ୍ଧବ ମାହାର, ଇଶ୍ବର ମହାଣା ସଭ୍ୟ ବୃଷଭ ମାହାଣା, ବିନିକା ଏନଏସି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୁଏ, ଶ୍ରୀକାନ୍ତ ସାହୁ, ମନୋରଞ୍ଜନ ମିଶ୍ର, ସୁଧାଂଶୁ ଶେଖର ଦାଶ, ହିମାଂଶୁ ଶେଖର ତ୍ରୀପାଠୀ, ପ୍ରଶାନ୍ତ କୁମାର ନାୟକ,କାହ୍ନୁ କର୍ଣ୍ଣ,ଭିମସେନ ସାହୁ,ଚନ୍ଦ୍ର ଶେଖର ପାଣ୍ଡେ, ବିଜୟ ବରାଇ,ହାଡ଼ୁ ମେହେର, ଜଗା ବଢ଼େଇ, ଗୋବିନ୍ଦ ମାହାଣା,ପ୍ରମୁଖ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ l