ମାର୍ଚ୍ଚ ୧୫ରୁ ପ୍ରଥମରୁ ଅଷ୍ଟମ ବାର୍ଷିକ ପରୀକ୍ଷା

0
44
ମାର୍ଚ୍ଚ ୧୫ରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୫/୦୧) : ସମସ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ବା ସମ୍ମେଟିଭ ଆସେସ୍‌ମେଣ୍ଟ-୨ ମାର୍ଚ୍ଚ ୧୫ରୁ ୨୦ତାରିଖ ମଧ୍ୟରେ ହୋଇପାରେ ।

ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) । ଏହି ସମୟରେ ପରୀକ୍ଷା କରିବା ପାଇଁ ଯୋଜନା ରହିଥିବା ସଂକ୍ରାନ୍ତରେ ଓସେପା ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି । ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ମାର୍ଚ୍ଚ ୨୧ରୁ ୨୭ ତାରିଖ ମଧ୍ୟରେ ଖାତା ମୂଲ୍ୟାୟନ ହେବ । ୩୦ ତାରିଖରେ ଫଳ ପ୍ରକାଶ ପାଇବ। ସେହିଭଳି ପ୍ରଶ୍ନପତ୍ର କେବେ କେଉଁଠୁ ଯିବ ସେ ନେଇ ମଧ୍ୟ ତାରିଖ ଧାର୍ଯ୍ୟ କରାଯାଇଛି । ତେବେ ଏହାକୁ ପରିବର୍ତ୍ତନ ମଧ୍ୟ କରାଯାଇପାରେ ।

ପରୀକ୍ଷା ପାଇଁ ପ୍ରଶ୍ନପତ୍ର, ଉତ୍ତର ଖାତା, ମୌଖିକ ପ୍ରଶ୍ନପତ୍ର ଆଦି ଟିଇ ଆଣ୍ଡ୍‌ ଏସ୍‌ସିଇଆର୍‌ଟି ପ୍ରସ୍ତୁତ କରୁଛି । ଏସବୁକୁ ଦୃଷ୍ଟିରେ ରଖି ଜିଲା ପ୍ରକଳ୍ପ ଅଧିକାରୀ (ଡିପିଓ) ଙ୍କ ସ୍ତରରେ ପଦକ୍ଷେପ ନେବା ପାଇଁ କୁହାଯାଇଛି । ତେବେ ସମ୍ମେଟିଭ ଆସେସ୍‌ମେଣ୍ଟ-୨ ପାଇଁ ସମ୍ପୂର୍ଣ୍ଣ ଏସ୍‌ଓପି/ଗାଇଡ୍‌ଲାଇନ ପରବର୍ତ୍ତୀ ସମୟରେ ଦିଆଯିବ ବୋଲି ସୂଚନା ଦିଆଯାଇଛି ।