୨ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ପ୍ରଧାନଶିକ୍ଷକ ଅଟକ

0
68
୨ ଛାତ୍ରୀଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୨୦/୦୧) : ଦୁଇ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି ପୁଲିସ୍ । ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ଥିବା ଏକ ସ୍କୁଲରେ ।

୨ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଦୁଇ ଛାତ୍ରୀଙ୍କ ମଧ୍ୟରୁ ଜଣେ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟ ଜଣେ ସପ୍ତମ ଶ୍ରେଣୀରେ ପଢ଼ନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୬ ତାରିଖରେ ଘଟିଥିଲା ଏହି ଘଟଣା ।ପ୍ରଧାନଶିକ୍ଷକ ପ୍ରଦୀପ ପ୍ରଧାନ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ସେମାନଙ୍କୁ ଏକ ନିରୋଳା ଶ୍ରେଣୀ ଗୃହକୁ ଡାକି ନେଇଥିଲେ । ସେଠାରେ ସେ ସେମାନଙ୍କୁ ଦୁଷ୍କର୍ମ କରିଥିଲେ ।

ଛାତ୍ରୀ ଦ୍ୱୟ ଘଟଣା ସଂପର୍କରେ ନିଜ ନିଜ ପରିବାର ଲୋକଙ୍କୁ କହିଥିଲେ । ଏହା ପରେ ପରିବାର ଲୋକେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ୍ ପ୍ରଧାନଶିକ୍ଷକ ପ୍ରଦୀପ ପ୍ରଧାନଙ୍କୁ ଆଜି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।