ବାହାରବାବୁ ଖେଲ ପଡିଆ ଠାରେ ଫାଇନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

0
59
ବାହାରବାବୁ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୧/୦୧) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ମାଲିସିରା ଗ୍ରାମ ପଞ୍ଚାୟତ ଖଇରମାଲ ଗ୍ରାମ ମା ବାହାରବାବୁ ଖେଳ ପଡିଆଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ରବିବାର ଦିନ ଅନୁଷ୍ଠିତ ହୋଇଥିଲା ।WhatsApp Image 2024 01 21 at 20.04.38 ବାହାରବାବୁ ଖେଲ ପଡିଆ ଠାରେ ଫାଇନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ଡବ୍ଲୁଡିସି ସଦସ୍ୟ ହଂସରାଜ ଜୈନ,ସମ୍ମାନିତ ଅତିଥି ଶ୍ରୀ ଶ୍ରୀଧର ମାଝୀ, ପୂର୍ବତନ ସରପଞ୍ଚ ଶ୍ରୀ ଡୁଲାମଣି ବାଗ, ଶ୍ରୀ କଶ୍ୟପ ସରାଫ, ଅଭିଳାଶ ବଘାର ମଞ୍ଚାସିନ ଥିଲେ । ଗତ ୧୪/୧/୨୪ ତାରିଖ ଖେଲ ଆରମ୍ଭ ହୋଇଥିଲା । ସମୁଦାୟ ୧୨ ଗୋଟି ଦଳ ଅଂଶଗ୍ରହଣ କରିଥିଲେ ।ଫାଇନାଲ ମ୍ୟାଚ ବଡ଼ଗମଡା ଭରଶେଷ ଦେଶୀଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶୀଲ ଫାଇନାଲରେ ଗୋଟିଏ ଗୋଲରେ ବିଜୟ ଲାଭ କରିଥିଲା । ମୁଖ୍ୟ ଅତିଥି ଶ୍ରୀ ଜୈନଖେଳାଳି ଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଦଳ ୭ ହଜାର ଟଙ୍କା ଓ ଉପବିଜେତା ଦଳଙ୍କୁ ୫ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ । ନେପାଳ ଆଡ଼ଯୁଆଡ, ପିଣ୍ଟୁ ଦୀପ,ବରୁଣ ଲୁହା, ତୀର୍ଥ ଆଡ଼ଯୁଆଡ,ସୀତାରାମ ହାତୀ,ହର ମାଝୀ,ପୁରୁସ୍ତମ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।