ହୋଟେଲରେ ଚାଲିଥିଲା ହାତୀ ଦାନ୍ତ କାରବାର; ମାଡ଼ି ବସିଲା ବନ ବିଭାଗ

0
32
ହୋଟେଲରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେଓଗଡ, (୨୭/୦୧) : ହୋଟେଲରେ ଚାଲିଥଲା ହାତୀଦାନ୍ତ କାରବାର । ବନ ବିଭାଗ ଚଢ଼ାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଘଟଣା ଘଟିଛି ଦେବଗଡ ବନ ଖଣ୍ଡ ଅଞ୍ଚଳରେ ।

ଗିରଫ ଅଭିଯୁକ୍ତମାନେ ଦେବଗଡ଼ ଲାଲୁ ସାହିର ପ୍ରେମରାଜ ସାହୁ, ଦେବଗଡ଼ର କପଟଦାର ଓ ଦିଲ୍ଲୀର ରାଜେଶ କୁମାର। ପ୍ରେମରାଜ ସାହୁ ଗହଣା ବ୍ୟବସାୟୀ ବୋଲି ଜଣାପଡ଼ିଛି । ଗତକାଲି ରାତିରେ ଦେବଗଡ ବନ ଖଣ୍ଡ ଅଞ୍ଚଳରେ ଥିବା ଏକ ହୋଟେଲରେ ହାତୀ ଦାନ୍ତ କାରବାର ଚାଲିଥିଲା । ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ବନ ବିଭାଗ ହୋଟେଲରେ ଚଢ଼ାଉ କରି ୩ଟି ହାତୀ ଦାନ୍ତ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହାତୀ ଦାନ୍ତ କେଉଁଠୁ ଆଣିଲେ, କାହାକୁ ବିକ୍ରି କରିଥାଆନ୍ତେ ସେ ନେଇ ଖୋଳତାଡ ଚାଲିଛି । ଅଭିଯୁକ୍ତମାନେ କେବେଠାରୁ ହାତୀ ଦାନ୍ତ କାରବାରରେ ସଂପୃକ୍ତ ଅଛନ୍ତି ସେ ନେଇ ପଚରାଉଚରା ଚାଲିଛି । ଦେବଗଡ ଡିଏଫଓ ଧନଜୀ ମଗର, ୩ଜଣଙ୍କୁ ପଚରାଉଚରା ଚାଲିଛି । ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ତାହା ଜଣରପଡ଼ି ନାହିଁ ।